ବେଲତଳ ଧ୍ୟାନମନ୍ଦିର ରକ୍ତଦାନ ଶିବିର ଆୟୋଜନ ପାଇଁ ୨ୟ ପ୍ରସ୍ତୁତି ବୈଠକ


ପଟ୍ଟାମୁଣ୍ଡାଇ ୨୩.୭-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖରେ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ୬୪ ତମ ଜନ୍ମଜୟନ୍ତୀ ଉତ୍ସବ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ୱାମୀ ସୁଗିତାନନ୍ଦ ଗିରିଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସ୍ୱାମୀ ବିଶ୍ୱରୁପାନନ୍ଦ, ବିଜୟ ଭାସ୍କର,ଗୋପୀନାଥ କର, ବ୍ରଜ କିଶୋର ପଣ୍ଡା, ନିରାକାର ସେଣ, ପାବନୀ କୁମାର ରାଉତ, ବୀର କିଶୋର ସାହୁ, ଦୁଷ୍ମନ୍ତ ସାହୁ, ଚନ୍ଦନ ପାତ୍ର, ଗୋପୀନାଥ ତ୍ରିପାଠୀ, ପ୍ରସନ୍ନ ମଲ୍ଲ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପ୍ରତିବର୍ଷ ପରି ରକ୍ତଦାନ ଶିବିର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ମୁଖ୍ୟ ଜାଗାରେ ହୋଡିଂ ଲଗାଇବା, ଆସନ୍ତା ଅଗଷ୍ଟ ୧୦ ତାରିଖରେ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଜନ୍ମୋତ୍ସବ ପାଳନ ଓ ରକ୍ତଦାନ ଶିବିର ଆୟୋଜନ ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ ଦୁଷ୍ମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading