କେନ୍ଦ୍ରାପଡ଼ା, ୧୨ା୬: ନବ ନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାବଗତପୁର ପଞ୍ଚାୟତକୁ ଗସ୍ତ କରି ପ୍ରଥମେ ଚଣ୍ଡୀବଜାରସ୍ଥିତ ମା’ ରାମଚଣ୍ଡୀ ଦେବୀଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ନେବା ପରେ ସ୍ୱର୍ଗତ ଭାଗବତ ସ୍ୱାଇଁଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହାପରେ ହୃଦଘାତରେ ମୃତ୍ୟୁବରଣ କରିଥିବା ସିମଳଦାର ଶିବ ବେହେରାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପରେ ଅସୁସ୍ଥ ଥିବା ପ୍ରଭାକର ମଲିକଙ୍କ ଘରକୁ ଯାଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ପରେ ସିମଳଦାର ପ୍ରଭାକର ସ୍ୱାଇଁଙ୍କ ପୁଅ ବାହାଘରରେ ଯୋଗଦେଇ ପୁତ୍ର ଓ ପୁତ୍ରବଧୁଙ୍କୁ ଆଶ୍ରିର୍ବାଦ ଦେଇଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ଏହି ଗସ୍ତ ସମୟରେ ପଞ୍ଚାୟତର ଶରତ ଚନ୍ଦ୍ର ସ୍ୱାଇଁ, ପ୍ରମୋଦ କୁମାର ସାହୁ, ସମିତିସଭ୍ୟା ପ୍ରମିଳା ମିଶ୍ର, ହୃଦାନନ୍ଦ ଲେଙ୍କା, ବସନ୍ତ କୁମାର ଯେନା, ନଗେନ୍ଦ୍ର ରାଉତ, ଧରଣୀଧର ଦାସ, ପ୍ରଶାନ୍ତ ଦାସ, ସଂଗମ ସାମଲ, ଅଜୟ ମଲ୍ଲିକ, ରାଜକିଶୋର ବେହେରା, ସେକ ଫୁରକାନ୍, ଅକ୍ଷୟ ରାଉଳ, ପ୍ରଦୀପ ବରାଳ, ଅଲେଖ ସ୍ୱାଇଁ(ମେଳକସାହି), କୈଳାସ ସ୍ୱାଇଁ, ବୁଲୁ ସେଠୀ, ନିଗମ ଶେଖର ମହାନ୍ତିଙ୍କ ସମେତ ବହୁ ଶୁଭେଛୁ ଓ ସମର୍ଥକମାନେ ବିଦାୟକ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଶୁଭେଛା ଜଣାଇଥିଲେ ।
kanikanews.in
Next Post
ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଲୋଡା
Thu Jun 13 , 2024
କେନ୍ଦ୍ରାପଡ଼ା, ୧୩ା୬: ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ କେନ୍ଦ୍ରାପଡ଼ା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ବାରମ୍ବାର ସାମନା କରିଆସିଛି । ତେଣୁ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ମରୁଡ଼ିକୁ ଦୃଷ୍ଟିରେ ରଖି ତାହାର ସଫଳ ମୁକାବିଲା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି’ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନବନିର୍ବାଚିତ ପାଟକୁରା […]

KANIKA
- 5 months ago
ପଟ୍ଟାମୁଣ୍ଡାଇ ବ୍ଲକରେ ସୁଶାସନ ଓ ବିକାଶ କର୍ମଶାଳା
- 1 year ago
ଡା.ସରେଜକାନ୍ତ କାନୁନଗୋଙ୍କ ୩୬ତମ ପୂଣ୍ୟତିଥି ପାଳନ
- 2 years ago
ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ମୋଟର ଚାଳକସଂଘ ଆଲୋଚନା
- 2 years ago
ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ
- 2 years ago
ଲୋକକଳା ମାଧ୍ୟମରେ ବିକାଶର ବାର୍ତା