ସରିଲା ସଜବାଜ, ରଜ ପାଇଁ ବଜାର ସରଗରମ: ପୁରପଲ୍ଲୀ ଚଳଚଂଚଳ



ଓଡ଼ିଶାର ଗଣ ପର୍ବ ଭାବେ ପରିଚିତ ରଜ ମହୋତ୍ସବ ପାଇଁ ଗାଁ ଠୁ ସହର ବେଶ ଉତ୍ସବମୁଖର । ଗୁରୁବାର ଥିଲା ସଜବାଜ ଏଥିପାଇଁ ପଟ୍ଟାମୁଣ୍ଡାଇରେ ରଜ ପାଇଁ ବଜାର ସରଗରମ ହୋଇପଡିଛି । ପ୍ରବଳ ଖରା ଗୁଳୁଗୁଳି ଦିନବେଳା ବେପାରକୁ କିଛି ମାତ୍ରାରେ ପ୍ରଭାବିତ କରିଥିବା ବେଳେ ରାତିରେ ବେପାର ଜମୁଛି । ସଂଧ୍ୟା ବେଳେ ବିଭିନ୍ନ କପଡା ଦୋକାନ, ମିଠା, ପନିପରିବା, ଫଳ, ଜୋତାଚପଲ ଓ କସମେଟିକଟେସନାରୀ ଦୋକାନ ସବୁଠି ଅସମ୍ଭାଳ ଭିଡ଼ ଦେଖାଯାଉଛି । କିଏ ନିଜ ମନ ପସନ୍ଦର ପୋଷାକ କିଣୁଛି ତ’ କିଏ ପୋଷାକ ସହ ମ୍ୟାଚ୍ କରୁଥିବା କାନ ଫୁଲ, ଚୁଡ଼ି, ଅଳଙ୍କାର ଓ ଜୋତା, ବ୍ୟାଗ୍ ବାଛି ନେଉଛନ୍ତି । ବେପାରୀ ବି ଅଫର ଦେଇ ଗ୍ରାହକଙ୍କୁ ଟାଣି ଆଣୁଛନ୍ତି । ଧନି ହେଉ କି ଗରିବ ରଜ ପର୍ବ ପାଳନ ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସହ । ଖାସ କରି ପୋଷାକ ଓ କସମେଟିକ ଦୋକାନରେ ନାହିଁ ନଥିବା ଭିଡ । ରଜ ବଜାରରେ ଫଳର ଚାହିଦା ବି ଅଧିକ । ଲୋକେ ଆମ୍ବ ପଣସ ସପୁରୀ ଦର ଆକାଶ ଛୁଆଁ ହୋଇଥିଲେ ବି ଲୋକେ ରଜ ପାଇଁ ଚଢାଦରରେ କିଣୁଥିବା ଦେଖିବାକୁ ମିଳିଛି । ଆଜି ସଜବାଜ ଥିବାରୁ ଗାଁ ଗହଳିରେ ରଜ ମଉଜ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ କେବଳ ଅଫ୍‌ଲାଇନ୍ ନୁହେଁ, ବରଂ ଅନ୍‌ଲାଇନ୍‌ରେ ମଧ୍ୟ ବେପାର ଜମିଛି । ବିଭିନ୍ନ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ଅଫର ଘରେ ବସି ଅର୍ଡର କରିବାକୁ ଅନେକ ଗ୍ରାହକଙ୍କୁ ଉତ୍ସାହିତ କରୁଛି । ବିଶେଷକରି ରଜ ସମୟରେ କରଣ ଘରର ଝିଅ ମାନେ ମାଟିରେ ପାଦ ନ ଦେବା ପରମ୍ପରା ଥିବାରୁ ପୋଷାକ ସହ ଚପଲରେ ଅନେକଙ୍କର ଆଗ୍ରହ ରହିଥିବା ଦେଖାଯାଇଛି । ରଜରେ ସଜବାଜ ହେବା ପାଇଁ ଯୁବତୀମାନେ ଅପେକ୍ଷା କରି ରହିଥାନ୍ତି । ଏହି ସଜବାଜ ଆଗ୍ରହକୁ ଲକ୍ଷ୍ୟ କରି ବ୍ୟବସାୟୀ ବି ମାତି ଯାଇଛନ୍ତି । ବିଭିନ ବିଉଟି ପାର୍ଲରରେ ମଧ୍ୟ ଭିଡ ଦେଖା ଯାଉଛି । ଘରେଘରେ ରଜପାଇଁ ବିଭିନ୍ନ ପ୍ରକାର ପିଠାପଣା ପୋଡପିଠା, ଆରିଶା ,କାକାରା, ମଣ୍ଡା ସହିତ ରଜପାନ ପ୍ରସ୍ତୁତି କରାଯାଇଛି । ରଜ ତିନି ଦିନ ଯାକ ଘରେ ପିଠାପଣା ଓ ମିଠାର ଆସର ଜମିଥିବାବେଳେ ବନ୍ଧୁ ପ୍ରିୟଜନଙ୍କ ଭେଟଘାଟ ହେବାର ପରମ୍ପରା ଅତ୍ୟନ୍ତ ନିଆରା । ଏହି ତିନି ଦିନ ଓଡ଼ିଆମାନେ କୌଣସି କାମଧନ୍ଦା ନକରି ରଜ ଦୋଳି, ବାଗୁଡି, ତାସ୍‌, ପଶା ଖେଳ ଆଦିର ମଜା ଉଠାଇଥାନ୍ତି । ଅପରପକ୍ଷେ ଗାଁ ଗହଳିର ଦୋଳି ବାନ୍ଧିବା କାର୍ଯ୍ୟ ସରିଲାଣି । କୁମାରୀମାନେ ରଜ ଗୀତ ଓ ନୃତ୍ୟରେ ଝୁମୁଥିବା ବେଳେ ଆସନ୍ତା ତିନି ଦିନ ପାଇଁ ପ୍ରସ୍ତୁତି କରୁଛନ୍ତି । ବନସ୍ତେ ଡାକିଲା ଗଜ ଓ ଏମିତି ଅନେକ ରଜ ଗୀତ ଓ ନାଚ ଅଭ୍ୟାସ ରେ ଲାଗିଛନ୍ତି ।


Next Post

ବିଜେଡିକୁ ଇଡି, ସିବିଆଇ ଭୟ : ବିଧାୟକ ତାରାପ୍ରସାଦ

Fri Jun 14 , 2024
BBSR୧୪ା୬: ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭୁବନେଶ୍ୱରରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜୟପୁର ବାସୀଙ୍କ ଆର୍ଶିବାଦରୁ ସେ ବିଧାୟକ ହୋଇଛନ୍ତି । ମା ଭଗବତୀ, ମା ଜଗତ ଜନନୀଙ୍କ ଆର୍ଶିବାଦରୁ ବିଜୟ ହୋଇଛି । ଜଗନ୍ନାଥଙ୍କ ଆର୍ଶିବାଦରୁ ସେ ରାଜ୍ୟରେ ପରିଚିତ ହୋଇଛନ୍ତି ବୋଲି ସୁଚନା ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ନଥିଲେ ବି ଲୋକଙ୍କ ପାଇ କାମ କରିବି । ବିଧାନସଭାରେ କଂଗ୍ରେସ ହିଁ […]

KANIKA