ପ୍ରାକ୍ତନ ସେନା କର୍ମଚାରୀଙ୍କୁ ଛୁରାମାଡ


କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଧିନ ସାନଅଢଙ୍ଗା ଗ୍ରାମ ସନ୍ନିକଟସ୍ଥ ଏକ ମଦ କାଉଁଟର ପାଖରେ ଜଣେ ପ୍ରାକ୍ତନ ସେନା କର୍ମଚାରୀ ପ୍ରମୋଦ ରାଉତଙ୍କୁ ଆଜି ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛୁରା ମାଡ଼ରେ ପ୍ରମୋଦଙ୍କ ବାମପଟ ଛାତିରେ ଗଭୀର କ୍ଷତ ସୃଷ୍ଟି ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ପ୍ରମୋଦ ବାଇକରେ ଫେରୁଥିବା ବେଳେ ଧସନାପାରି ମଦ କାଉଁଟର ନିକଟରେ ଅଟକିଥିବା ବେଳେ ସେଠାରେ କେତେଜଣ ଅସାମାଜିକ ଯୁବକ ଏବଂ ତାଙ୍କ ସହଯୋଗୀମାନେ ମଦ କିଣିଦେବାକୁ କହିଥିଲେ । କିନ୍ତୁ ପ୍ରମୋଦ ଏଥିରେ ରାଜି ନହେବାରୁ ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ପାଟିତୁଣ୍ଡ ହୋଇଥିଲା । ହଠାତ ଜେନ ଅସମାଜିକ ଯୁବକ ନିଜ ଅଣ୍ଟାରେ ରଖିଥିବା ଏକ ଛୁରୀ କାଢି ପ୍ରମୋଦଙ୍କ ବାମପଟ ଛାତିକୁ ୩ଥର ଭୁଷିଦେଇ ସେଠାରୁ ଫେରାର ହୋଇ ଯାଇଥିଲା । ସ୍ଥାନୀୟ ଲୋକେ ପ୍ରମୋଦକୁ ପାଟକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରୁ ଚିକିତ୍ସିତ ହେବା ପରେ ପ୍ରମୋଦ ଘଟଣା ସମ୍ପର୍କରେ କୁଦାନଗରୀ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଚାଲିଥିବା କୁଦାନଗରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading