ଡିପଥେରିଆ: ବେଶୀ ବ୍ୟାପୁଛି ଶିଶୁଙ୍କ ଠାରେ , ଜାଣନ୍ତୁ ଟୀକା ନେବା କାହିଁକି ଜରୁରୀ,


ଭୁବନେଶ୍ୱର,୧୮।୬- ରାଜ୍ୟରେ ଭୟାନକ ରୂପ ନେଲାଣି ଡିପଥେରିଆ। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲାକୁ ମାଡ଼ିଲାଣି ଏହି ରୋଗ । ବର୍ତ୍ତମାନ ସୁଦ୍ଧା ୩ ଜିଲାରେ ୨୧ ସଂକ୍ରମିତ ଚିହ୍ନଟ ହେଲେଣି। ଏହି ରୋଗରେ ୫ ଜଣଙ୍କର ଜୀବନ ଯାଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ରୋଗରେ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଡିଫଥେରିଆ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ସଂକ୍ରାମକ ରୋଗ, ଯାହା Corynebacterium diphtheriae ପ୍ରଜାତିର ଜୀବାଣୁ ଦ୍ୱାରା ହୋଇଥାଏ। ଡିଫଥେରିଆ ପାରାଲିସିସର କାରଣ ହୋଇପାରେ। ଏହି ସଂକ୍ରମଣ ଦ୍ୱାରା ହୃଦଘାତ ହେବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଥାଏ। କେତେକ କ୍ଷେତ୍ରରେ ଏହା ସାଂଘାତିକ ପ୍ରମାଣିତ ହେବା କାରଣରୁ ସେହି ବ୍ୟକ୍ତିଙ୍କ ଜୀବନ ବି ଚାଲିଯାଇପାରେ।
ଗତବର୍ଷ ଆଫ୍ରିକୀୟ ଦେଶ ନାଇଜେରିଆରେ ଡିଫଥେରିଆ ଆକ୍ରାନ୍ତ ଦ୍ରୁତ ଗତିରେ ବ୍ୟାପିଥିଲା। ଡିସେମ୍ବର ୨୦୨୨ରୁ ୨୦୨୩ ଫେବୃଆରୀ ୧୪ ମଧ୍ୟରେ ମାତ୍ର ତିନି ମାସ ମଧ୍ୟରେ, ୨୦୦ରୁ ଅଧିକ ଡିଫଥେରିଆ ଆକ୍ରାନ୍ତ ଚିହ୍ନଟ ହୋଥିବାବେଳେ ୪୦ଜଣଙ୍କ ମୃତ୍ୟୁ ହୋଥିଲା। ଡିଫଥେରିଆ ଚିହ୍ନଟ କରିବା ପାଇଁ ଜଣେ ବ୍ୟକ୍ତିର ଗଳା ପରୀକ୍ଷା କରାଯାଏ । ସିଡିସି ଅନୁଯାୟୀ, ଗଳାର ପଛ ଭାଗରେ ଧୂସର ପ୍ୟାଚ ଗଠନ ଡିଫଥେରିଆର ସଙ୍କେତ ଅଟେ। ଡିଫଥେରିଆ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ସଂକ୍ରାମକ ରୋଗ, ଯାହା Corynebacterium diphtheriae ପ୍ରଜାତିର ଜୀବାଣୁ ଦ୍ୱାରା ହୋଇଥାଏ। ଏହା ସାଧାରଣତ କୌଣସି ବ୍ୟକ୍ତିର ଶ୍ୱାସତନ୍ତ୍ର ଓ Integumentary System ପ୍ରଭାବିତ କରିଥାଏ । Integumentary System ରେ ଚର୍ମର ତିନୋଟି ସ୍ତର ଅନ୍ତର୍ଭୁକ୍ତ ଯଥା ହାଇପୋଡର୍ମିସ, ଡର୍ମିସ ଏବଂ ଏପିଡର୍ମିସ, ଗ୍ରନ୍ଥି, ନଖ ଏବଂ କେଶ। ତେବେ ଏହି ଜୀବାଣୁ ଶରୀରର ଲହିସବୁ ଅଂଶରେ ରହି ଏକ୍ସୋଟୋକ୍ସିନ ନାମକ ଏକ ବିଷାକ୍ତ ପଦାର୍ଥ ସୃଷ୍ଟି କରନ୍ତି । ଏହାପରେ ଡିଫଥେରିଆ ସଂକ୍ରମଣ ହୋଇଥାଏ। ଏହି ବିଷାକ୍ତ ପଦାର୍ଥ ହେତୁ ଶରୀରର କୋଷ ଏବଂ ଟିସୁ ନିଷ୍କ୍ରୟ ହୋଇଯାଏ।ଏହି ବିଷାକ୍ତ ପଦାର୍ଥ ଧମନୀରେ ପ୍ରବେଶ କରି କିଡନୀ, ହୃଦୟ ଏବଂ ସ୍ନାୟୁକୁ କ୍ଷତି ପହଞ୍ଚାଏ । ଏହାଦ୍ୱାରା ହାର୍ଟର ମାଂସପେଶୀରେ ଦରଜ ଅନୁଭୂତ ହୁଏ, ଯାହାକୁ ମାୟୋକାର୍ଡାଇଟିସ କୁହାଯାଏ । ନ୍ୟୁରୋପାଥି ମଧ୍ୟ ହୋଇପାରେ, ଯେଉଁଥିରେ ସ୍ନାୟୁ ନଷ୍ଟ ହୋଇଯାଏ ଏବଂ ମାଂସପେଶୀ ଦୁର୍ବଳ, ଯନ୍ତ୍ରଣା କରିଥାଏ।

ଯଦି ଏହାକୁ ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ୫୦ ପ୍ରତିଶତ ଲୋକଙ୍କ ପାଇଁ ଏହା ଘାତକ ପ୍ରମାଣିତ ହୋଇପାରେ। ଏହାକୁ ରୋକିବା ପାଇଁ ଆମ ଦେଶରେ ଡିପିଟି ଟିକା ଦିଆଯାଏ। D ର ଅର୍ଥ ଡିଫଥେରିଆ, P ର ଅର୍ଥ ହେଉଛି ପର୍ଟୁସିସ ଏବଂ ଟି ଅର୍ଥ ଟିଟାନସ ।

ଶିଶୁ ଜନ୍ମ ହେବାର ୬ସପ୍ତାହ ପରେ ଏହି ଟୀକା ଦିଆଯାଏ। ଏହାପରେ ଡାକ୍ତରଙ୍କ ପରାମର୍ଶ ଅନଚସାରେ ୫ଟି ଟୀକା ଦିଆଯାଏ। ପ୍ରଥମ ଡୋଜ ୨ ମାସ ମଧ୍ୟରେ, ଦ୍ୱିତୀୟ ଡୋଜ ୪ମାସ, ତୃତୀୟ ଡୋଜ ୬ ମାସ, ଚତୁର୍ଥ ଡୋଜ ୧୫ରୁ ୧୮ମାସ, ପଞ୍ଚମ ଡୋଜ ୪ରୁ ୬ର୍ଷ । ଏଗୁଡିକ ବ୍ୟତୀତ, DPT ବୁଷ୍ଟର୍‌ ଡୋଜ ୧୧ରୁ ୧୨ବର୍ଷ ବୟସରେ ଦିଆଯିବା ଉଚିତ।
କେବଳ ଏତିକି ନୁହେଁ, ଏହା ପରେ ପ୍ରତି ଦଶ ବର୍ଷରେ DPT ର ଗୋଟିଏ ଡୋଜ ନେବା ଜରୁରୀ ହୋଇଥାଏ।

କିପରି ସଂକ୍ରମିତ ହୋଇଥାଏ:

ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କିବା ଦ୍ୱାରା ଏହି ଜୀବାଣୁ ନିର୍ଗତ ହୋଇ ସୁସ୍ଥ ବ୍ୟକ୍ତିର ଶରୀରରେ ପ୍ରବେଶ କରେ। ସଂକ୍ରମିତ ବ୍ୟକ୍ତିଙ୍କ ନାକରୁ ପାଣି କିମ୍ବା ଜିଭରେ ଥିବା ଲାଳ ସଂସ୍ପର୍ଶରେ ଆସିଲେ। ସଂକ୍ରମିତ ବ୍ୟକ୍ତିଙ୍କ ଚର୍ମରେ ଥିବା କ୍ଷତରୁ ମଧ୍ୟ ଏହି ଜୀବାଣୁ ସୁସ୍ଥ ଲୋକ ଶରୀରରେ ପ୍ରବେଶ କରେ। ଏହି ଶ୍ୱାସଜନିତ ରୋଗ ବ୍ୟାପିବା ପାଇଁ ୨ରୁ ୫ଦିନ ସମୟ ଲାଗିଥାଏ। ଏପରିକି ଶରୀରରେ ଲକ୍ଷଣ ଦେଖାଯିବା ପାଇଁ ୧୦ଦିନ ମଧ୍ୟ ସମୟ ନେଇପାରେ। ଏଥିରେ ସଂକ୍ରମିତ ହେବା ମାତ୍ରେ ଗଳା ଫୁଲିବା ସହ ତଣ୍ଟି ଦରଜ ହୋଇଥାଏ। ଶରୀର ଦୁର୍ବଳ ଲାଗିବା ସହ ସାମାନ୍ୟ ଜ୍ୱର ଅନୁଭବ ହୁଏ।

ତେବେ ଜନସ୍ଵାସ୍ଥ୍ୟ ବିବଗ ଅନୁସାରେ ଆଣ୍ଟିବାୟୋଟିକ ଦାରା ଏ ସଂକ୍ରମଣ ମୂଳପୋଛ କରାଯାଇପାରିବ। ତେବେ ଯେହେତୁ ଏହା ବାୟୁ ଦ୍ୱାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।ଏହା କେବଳ ସୂଚନା ଭାବେ ଦିଆଯାଇଛି। ଅଧିକ ସୂଚନା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Discover more from

Subscribe now to keep reading and get access to the full archive.

Continue reading