କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ୭ ଗାଈ ମୃତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳ ତରଡିପାଳ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୭ଟି ଗୋରୁ ପ୍ରାଣ ହରାଇଥିବା ବେଳେ ଏକାଧିକ ଗାଈଗୋରୁ ଛତ୍ରଭଙ୍ଗ ଦେଇ ସଂନ୍ଧ୍ୟା ପର୍ଯ୍ୟନ୍ତ ଗୋଠକୁ ଫେରିନଥିବା ଜଣା ପଡିଛି ।

ସୁଚନାନୁଯାଇ ପଟ୍ଟାମୁଣ୍ଡାଇ ଅଂଚଳରେ ମଙ୍ଗଲବାର ଅପରାହ୍ନ ସମୟରେ ବର୍ଷା ସାଙ୍ଗକୁ ଘଡଘଡି ପାଖାପାଖି ୨ ଘଂଟାରୁ ଊର୍ଦ୍ଧ୍ୱ ସମୟ ଧରି ହୋଇଥିଲା । ବଜ୍ରପାତ ଫଳରେ ତରଡିପାଳ ଗ୍ରାମର ନିକଟ କ୍ଷେତକୁ ଚରିବାକୁ ଯାଇଥିବା ଗୋରୁଗାଈ ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟି ୭ଟି ଗାଈ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି । ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ଗୋରୁ ଗୁଡ଼ିକ ମଧ୍ୟରେ ତରଡିପାଳ ଗ୍ରାମର ରାଜକିଶୋର ନାଥଙ୍କ ୨ଟି, କାର୍ତିକ ଜେନାଙ୍କ ୨ଟି, କୁଳମଣି ବେହେରା ୨ ଏବଂ ନିର ପଲାଇଙ୍କ ଗୋଟିଏ ଥିବା ଜଣାପଡ଼ିଛି । ବଜ୍ରାଘାତ ପ୍ରଭାବ ଏତେ ଜୋର ଥିଲାଯେ ଅନ୍ୟ ଗାଇ କେଉଁ ଅଡେ ଛତ୍ର ଭଙ୍ଗ ଦେଇ ସଂନ୍ଧ୍ୟପର୍ଯ୍ୟନ୍ତ ଗୋଠକୁ ଫେରିନାହାଁନ୍ତି । ଅନ୍ୟପକ୍ଷରେ ବର୍ଷାପବନ ଯୋଗୁଁ ଗଛଡାଳ ଭାଙ୍ଗି ଯାଇଥିବାରୁ ବିଦ୍ୟୁତ ସରବରାହ ବନ୍ଦ ଥରବା ବେଳେ ଯାତାୟତରେ ଘୋର ଅସୁବିଧା ହେଉଥିବା ସ୍ଥାନିୟ ଲୋକେ କହିଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କୁ ଯୋଗାଯୋଗ କରାଯିବାରୁ ଘଟଣା ସମ୍ପର୍କରେ ଅବଗତ ଅଛି । ଘଟଣାସ୍ଥଳକୁ ରାଜସ୍ୱ ନିରୀକ୍ଷକଙ୍କୁ ପଠା ଯାଇଛି । ରିପୋର୍ଟ ଆସିବା ପରେ ସରକାରୀ ନିୟମାନୁଯାୟୀ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।


Next Post

“କୃଷି ଓ କୃଷକର ବିକାଶ ପାଇଁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ: ମନ୍ତ୍ରୀ”

Tue Jun 18 , 2024
କେନ୍ଦ୍ରାପଡ଼ା, ୧୮ା୬: “ଅନ୍ନଦାତା ହିଁ ଏ ଜାତିର ମେରୁଦଣ୍ଡ । ସେମାନଙ୍କ ବିକାଶରେ ହିଁ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରାଯାଇପାରିବ । ତେଣୁ ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଦିଗରେ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଥମ କ୍ୟାବିନେଟ୍ ବୈଠକରେ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ କ୍ରୟ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା”ର ୧୭ତମ […]

KANIKA