ଆଦର୍ଶ ଶିକ୍ଷକ ସୁବାଷ ପଣ୍ଡାଙ୍କ ବିୟୋଗ


କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଗହଗା ନରସିଂହପୁର ଗ୍ରାମର ଆଦର୍ଶ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ବିୟୋଗ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ସଠିଲୋ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ , ଆରିପଦା ଉଚ୍ଚ ବିଦ୍ୟାଳୟ, ଧନିଆପଡ଼ା ଉଚ୍ଚ ବିଦ୍ୟାଳୟ, ଦେପୁର ଉଚ୍ଚ ବିଦ୍ୟାଳୟ ପ୍ରଭୃତି ବିଦ୍ୟାଳୟରେ ଶିକ୍ଷକତା କରି ଜଣେ ଆଦର୍ଶ ଶିକ୍ଷକ ଭାବରେ ବେଶ ସୁନାମ ଅର୍ଜନ କରିଥିଲେ । ୨୦୦୬ ମସିହାରେ ବନମାଳି ବ୍ରହ୍ମଚାରୀ ଆଦର୍ଶ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇ ୨୦୦୯ ମସିହାରେ ସେଠାରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ମଧ୍ୟ ସେ ଶିକ୍ଷାଦାନ ଛାଡି ନଥିବା ବେଳେ ମାଗଣାରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ରାଜ୍ୟପାଳ ପୁରସ୍କାର ପାଇଥିଲେ । ଶିକ୍ଷକତା ସହ ଜଣେ କବି, ଲେଖକ ଓ ପ୍ରବଚକ ଭାବେ ସେ ଓଡିଶାର ପୁରପଲ୍ଲୀରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।


Next Post

ହୃଦରୋଗୀ ପିଡିତ ପରିବାରକୁ ଆର୍ଥିକ ସହାୟତା

Tue Jun 18 , 2024
କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୧୩ର ରାସିଦା ବିବିଙ୍କ ୨ ବର୍ଷର କନ୍ୟା ହୃଦରୋଗରେ ପିଡିତ । ଏସମ୍ପର୍କରେ ଖବର ପାଇବା ପରେ ସହଯୋଗର ହାତ ବଢାଇଛି ରାଜାଏ ମୁସ୍ତାଫା ମହଲ୍ଲା କମିଟି । କମିଟି ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି କମିଟି ବିଭିନ୍ନ ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ସହଯୋଗର ହାତ […]

KANIKA