ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଏକ୍ସ କାଡର୍ ଶିକ୍ଷକ ମହାସଂଘ


କେନ୍ଦ୍ରାପଡା, ୧୯/୬: ମଙ୍ଗଳବାର ଦିନ ଆମ କେନ୍ଦ୍ରାପଡା ଜିଲ୍ଲା ଏକ୍ସ କାଡର୍ ଶିକ୍ଷକ ମହାସଂଘ ତରଫରୁ ଆମ ରାଜ୍ୟର ନୂତନ ଗଣଶିକ୍ଷା ମନ୍ତ୍ରୀ ସମ୍ମାନୀୟ ନିତ୍ୟାନନ୍ଦ ଗଣ୍ଡ ଏବଂ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଯୁବ ସଭାପତି ଆଲୋକ ସତ୍ୟବ୍ରତ ଦେବବ୍ରତ ରାୟ, କର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ରାଉତ, ଗଣମାଧ୍ୟମ ସଂଯୋଜକ ଶ୍ରୀଚନ୍ଦନ ଓଝା, ସୁଶାନ୍ତ ଦାସ, ଚିତ୍ତରଞ୍ଜନ ଲାହା, ରାମ ସିଂ, ମନୋରଞ୍ଜନ ବେହେରା, କ୍ଷୀରୋଦ ସେଠୀ ଏବଂ ବରିଷ୍ଠ ଶିକ୍ଷକ ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ଆଦି ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜ୍ଞାପନ ପୂର୍ବକ ଆମ ଶିକ୍ଷକମାନଙ୍କର ସମସ୍ୟା ଗୁଡିକ ଉପରେ ଆଲୋକପାତ କରି ଆଶୁ ସମାଧାନ ନିମନ୍ତେ ବିହୀତ ପଦକ୍ଷେପ ଗ୍ରହଣ କରିବାପାଇଁ ଜଣାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading