ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ବିରୋଧରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ


କେନ୍ଦ୍ରାପଡ଼ା, ୨୦ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନ ମହୁ ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିକଟରେ ଆଜି ଅଭିଯୋଗ କରିଛନ୍ତି । ସେହି ଅଭିଯୋଗ ଅନୁଯାୟୀ ସେହି ଅଙ୍ଗନୱାଡିକେନ୍ଦ୍ର ନିମନ୍ତେ ଔଷଧ କିଣାଯାଇଥିବା ନେଇ ମିଥ୍ୟା ବିଲ୍ ପ୍ରସ୍ତୁତ, ପ୍ଲେସ୍କୁଲ ପାଇଁ କିଟ୍ କିଣାଯାଇଥିବା ନେଇ ମିଥ୍ୟାବିଲ୍ ପ୍ରସ୍ତୁତ, ଗାଁ କଲ୍ୟାଣ ଯୋଜନାରେ ମଞ୍ଜୁର ହୋଇଥିବା ଅର୍ଥ କୁ ଖର୍ଚ୍ଚ କରାନଯାଇ ଉଠାଇନେବା, ରନ୍ଧା ଖାଦ୍ୟ ପ୍ରଦାନ କରାନଯାଇ ବିଲ୍ କରାଯିବା, ଅଣ୍ଡା କିଣାରେ ଦୁର୍ନୀତି ଓ ଅଣ୍ଡା ବଣ୍ଟନରେ ଅନିୟମିତତା, ଛତୁଆ, ଲଡୁ ପ୍ରଭୃତି ବଣ୍ଟନ କରାନଯାଇ ତୋଷରପାତ କରାଯିବା, କେନ୍ଦ୍ରରେ ୬ଜଣ ପିଲା ଥିବା ବେଳେ ୩୪ଜଣ ଥିବା ଦର୍ଶାଇ ସରକାରୀ ସହାୟତାକୁ ହଡପ କରିବା ପ୍ରଭୃତି ଅଭିଯୋଗରେ ଦର୍ଶାଯାଇଛି । ଏସମ୍ପର୍କରେ ଆଳି ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯିବାରେ ଅଭିଯୋଗ ଗୁଡିକରେ ସତ୍ୟତା ଥିବା ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶିକା ରିପୋର୍ଟ ପ୍ରଦାନ କରିଛନ୍ତିି । କିନ୍ତୁ ଆଳି ଶିଶୁ ବିକାଶ ଯୋଜନା ଅଧିକାରୀ ଏସମ୍ପର୍କରେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଳି ସିଡିପିଓଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।


Discover more from

Subscribe now to keep reading and get access to the full archive.

Continue reading