ପ୍ରାକ୍ତନ ଶିକ୍ଷା ପରିଦର୍ଶକ ପ୍ରସନ୍ନ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି



କେନ୍ଦ୍ରାପଡା,୨୩/୬: ପ୍ରାକ୍ତନ ଶିକ୍ଷା ପରିଦର୍ଶକ ତଥା ମାର୍ଶାଘାଇ ଅଞ୍ଚଳର ଲୋକପ୍ରିୟ ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ସହ ସ୍ମୃତିଅର୍ଘ୍ୟ ଅର୍ପଣ କରାଯାଇଛି । ସ୍ୱର୍ଗତ ବିଶ୍ୱାଳଙ୍କର ଆକସ୍ମିକ ଦୁର୍ଘଟଣା ପରେ ମାସାଧିକ କାଳ ଚିକିତ୍ସା ପରର ବିୟୋଗ ସମସ୍ତଙ୍କୁ ସ୍ତମ୍ଭୀଭୁତ କରିବା ସହ ଶୋକର ଛାୟା ଖେଳାଇ ଦେଇଛି । ଆଜିର ଏହି ସ୍ମୃତି ସଭାରେ ସଂଗଠନର ବରିଷ୍ଠ ଉପଦେଷ୍ଟା ମନ୍ମଥ କୁମାର ରାୟ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ସ୍ୱର୍ଗତ ବିଶ୍ୱାଳଙ୍କର ଶାନ୍ତ, ସରଳ, ନିଷ୍ଠାପର ଜୀବନଶୈଳୀ, ପ୍ରଶାସନିକ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ଉପରେ ବକ୍ତାମାନେ ବକ୍ତବ୍ୟ ଦେବା ସହ ସ୍ୱର୍ଗତ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦକ ନରୋତ୍ତମ ଜେନା, ଉପଦେଷ୍ଟା ସଭ୍ୟ ହେମନ୍ତ କୁମାର ଜେନା, ସଂଗଠନ ସମ୍ପାଦକ ଈଶ୍ୱର ଚନ୍ଦ୍ର ମନ୍ତ୍ରୀ, ବଳଭଦ୍ର ପ୍ରସାଦ ନାୟକ, ଭାଗୀରଥି ଚନ୍ଦ୍ର, ବିଜୟ କୁମାର ନାଥ, କୈଳାସ ପଟ୍ଟନାୟକ, ନରେନ୍ଦ୍ର କୁମାର ନାୟକ, ନିରଞ୍ଜନ ନାୟକ, କୈଳାସ ଚନ୍ଦ୍ର ସ୍ୱାଇଁ, ସନାତନ ତରାଇ, ଗୟାଧର ସ୍ୱାଇଁ ପ୍ରଭୃତି ସ୍ମୃତିଚାରଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନର ପତ୍ରିକା ସମ୍ପାଦକ ତଥା ମିଡିଆ ସଂଯୋଜକ ପରିବେଶବିତ୍ କାଶୀନାଥ ରାଉତରାୟ ସଂଯୋଜନା ସହ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading