ଭରତପୁର ଫୋରପୋଲ ଠାରୁ କେନାଲ ବନ୍ଧ ରାସ୍ତା ଶୋଚନୀୟ



କେନ୍ଦ୍ରାପଡ଼ା, ୨୪ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଭରତପୁର ଫୋରପୋଲ ଠାରୁ ଗୋବରୀ କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ପ୍ରାୟ ୨୦ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅବସ୍ଥା ବର୍ତ୍ତମାନ ଚଳାଚଳ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଛି । ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାରେ ଦୈନିକ ଦୂର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସମେତ ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ରାସ୍ତାଟିକୁ ମରାମତି କିମ୍ବା ନିର୍ମାଣ କରାଯିବା ପାଇଁ ଭରତପୁର ଗ୍ରାମପଞ୍ଚାୟତର ସରପଞ୍ଚନିଳାମ୍ବର ମଲିକ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆଙ୍କୁ ବାରମ୍ବାର ନିବେଦନ ସତ୍ୱେ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଗ୍ରାମବାସୀଙ୍କ ପକ୍ଷରୁ ଚିତ୍ତରଞ୍ଜନ ଦାସ, ଶିବ ପ୍ରସାଦ ଦାସ, ଗୋପାଳ ଚରଣ ଦାସ, ଶକ୍ତି ପ୍ରସାଦ ମହାନ୍ତି, ସୁବୋଧ କୁମାର ଦାସ, ଶ୍ରୀଚରଣ ବେହେରା, କାହ୍ନୁ ଚରଣ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ରାସ୍ତାଟିର ତୁରନ୍ତ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading