ପଟ୍ଟାମୁଣ୍ଡାଇ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀପଡା ପତିତପାବନ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠଳ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧକ୍ଷ ହେମନ୍ତ ସାହୁ, ,ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବିଧାୟକ ବେହେରା ଓ ବିଧାୟକ ସାହୁ ଚଳିତବର୍ଷ ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ଉତ୍ସବ ଭକ୍ତଙ୍କ ଗହଣରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଓ ଶୃଖଳିତ ଆୟୋଜନ ପାଇଁ ଆବଶ୍ୟକ ରାସ୍ତା ନିର୍ମାଣ ଓ ମରାମତି,ଆଇନଶୃଙ୍ଖଳା, ପାନୀୟଜଳ, ପରିମଳ, ଟ୍ରାଫିକ ନିୟତ୍ରଣ, ବିଦ୍ୟୁତ ସୁରକ୍ଷା, ଅଗ୍ନିଶମ ସେବା ଆଦି ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପୂର୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ ଇଂ ରାଜଶ୍ରୀ ବେହେରା,ବିଦ୍ୟୁତ ବିଭାଗ କନିଷ୍ଟଯନ୍ତ୍ରୀ ସୂର୍ଯ୍ୟକାନ୍ତ ପାଢ଼ୀ , ଜନସ୍ୱାସ୍ଥ୍ୟ ସହସହକାରୀ ଯନ୍ତ୍ରୀ ସୁଦାମ ସାହୁ, ସ୍ୱାସ୍ଥ୍ୟ ବିଭାଗ ପିଏଚଓ ନୃସିଂହ ଦାଶ, ଅଗ୍ନିଶମ ସେବା ଅଧିକାରୀ ରାମକୃଷ୍ ପଣ୍ଡା ,କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ, ମନୋଜ ନାୟକ,ବ୍ରଜ ସୁନ୍ଦର ସାହୁ, ତ୍ରୈଲ୍ୟେକ ପ୍ରସାଦ ମିଶ୍ର, ଶୁକଦେବ ସ୍ୱାଇଁ,ଇଶ୍ୱର ଲେଙ୍କା ଧନେଶ୍ୱର ଦାସ, ଇଂ ତ୍ରିଲୋଚନ ସୂତାର,,ଗୋପାଳ ବିଶ୍ୱାଳ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।ଶେଷରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ନରହରି ଲେଙ୍କା ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading