କେନ୍ଦ୍ରାପଡା,୨୫/୬: କେନ୍ଦ୍ରାପଡାସ୍ଥିତ ଶ୍ୟାମଗୁଡିଆ ନିକଟସ୍ଥ ବିଜୁ ପଟ୍ଟନାୟକ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ମଧ୍ୟରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡ୍ମିଣ୍ଟନ ଶିବିର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ(ପ୍ରଶିକ୍ଷାର୍ଥୀ)ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରେ ଓଏସ୍ଡି ସୁଶାନ୍ତ କୁମାର ଜେନା, ବ୍ୟାଡ୍ମିଣ୍ଟନ ପ୍ରଶିକ୍ଷକ ଅରସତ ଅଲ୍ଲୀ, ଜିମ୍ ଟ୍ରେନର ଦେବସୁନ୍ଦର ପାଢୀ, ଭାରଉତ୍ତୋଳନ ପ୍ରଶିକ୍ଷକ ସୂର୍ଯ୍ୟପ୍ରଭା ମହାନ୍ତି, ହାଉସ୍କିପର ଶ୍ରୀଧର ମଲ୍ଲିକ ଓ ସୁଭଦ୍ରା ମଲ୍ଲିକ ପ୍ରଭୃତି ସହଯୋଗ କରିଥିଲେ ।