ବ୍ୟକ୍ତିଗତ ଜମିରୁ ମାଟି ମାଫିଆ ତାଡିନେଲେ ଶହ ଶହ ଟ୍ରିପ ମାଟି , ଥାନାରେ ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ


 

କେନ୍ଦ୍ରାପଡ଼ା, ୨୫ା୬: କେନ୍ଦ୍ରାପଡାରେ ଦିନକୁ ଦିନ ମାଟି ମାଫିଆଙ୍କ ମନମାନୀ ବଢିବାରେ ଲାଗିଛି । ସରକାରୀ ଜମିରୁ ମାଟି ତାଡିନେଇ ଯାଉଥିବା ବେଳେ ଏବେ ବ୍ୟକ୍ତିଗତ ଜମିରୁ ମାଟି ତାଡିନେଉଥିବା ମାଟି ମାଫିଆଙ୍କ ଦୈାରାତ୍ମ୍ୟ ସମସ୍ତ ସୀମା ସହରଦ ପାରି କରି ଦେଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଡେରାବିଶ ତହସିଲ ଅଧିନ ଚାନ୍ଦୋଳ ଖରଦାସାହି ଗ୍ରାମର ଅତନୁ ଘୋଷାଲଙ୍କ ପ୍ଲଟ ନମ୍ବର ୨୬୨୧ ଓ ୨୬୪୯ ଉପରୁ ଦିନ ଦ୍ୱିପହରରେ ଜଣେ ବ୍ୟକ୍ତି ଜୋରଜବରଦସ୍ତ ଜେସିବି ଲଗାଇ ମାଟି ଖୋଳି ନେଇଥିବା ସେ ସଦର ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏଥିସହିତ ଅତନୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ଡେରାବିଶ ତହସିଲଦାରଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରିଥିଲେବି ସେମାନେ କୈାଣସି ପଦକ୍ଷେପ ନେଇନଥିବା ଅତନୁ ଅଭିଯୋଗ କରିଛନ୍ତି । ମାଟି ମାଫିଆ ବିରୋଧରେ ପୋଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ମାଟି ଖୋଳାରେ ବ୍ୟବହୃତ ଜେସିବି ଓ ଟ୍ରାକ୍ଟର ମାଲିକଙ୍କ ସମେତ ମାଟି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅତନୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।


Next Post

ରେଡିଓ ଭାବଗ୍ରାହୀରେ ବିଶ୍ୱ ନିଶାନିବାରଣ ଦିବସ

Wed Jun 26 , 2024
କେନ୍ଦ୍ରାପଡାତା.୨୬/୬- ପୂର୍ବାହ୍ନରେ ବାରୁଅ ସ୍ଥିତ ଜିଲ୍ଲାର ଏକ ମାତ୍ର ଗୋଷ୍ଠୀବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀର ସରୋଜିନୀ ପରିଡାଷ୍ଟୁଡିଓ ପରିସରରେବିଶ୍ୱ ନିଶା ନିବାରଣ ଦିବସଉପରେ ଆଧାରିତ ଏକ ଆଲୋଚନାଚକ୍ର ଅନୁଷ୍ଠିତହୋଇଯାଇଛି । ଭାବଗ୍ରାହୀକଳା ନିକେତନ ଏବଂ ରେଡିଓଭାବଗ୍ରାହୀର ପ୍ରାଣ ପ୍ରତିଷ୍ଠାତାସଙ୍ଗୀତ ନିର୍ଦ୍ଦେଶକ ତଥା ସୁସଙ୍ଗଠକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ସମାଜସେବୀ ନିରଂଜନ ପରିଡା, ରେଡିଓ ଭାବଗ୍ରାହୀର ମୁଖ୍ୟଟ୍ରଷ୍ଟି ଧୀରାମଣି ପରିଡା, ଆର୍‌.ଡି.ସି.ୱା.ଇ.ଓ.ର ସଂପାଦକ ଚିତରଂଜନ ପ୍ରଧାନ, ସ୍ୱେଚ୍ଛାସେବୀ […]

KANIKA