ରେଡିଓ ଭାବଗ୍ରାହୀରେ ବିଶ୍ୱ ନିଶାନିବାରଣ ଦିବସ



କେନ୍ଦ୍ରାପଡାତା.୨୬/୬- ପୂର୍ବାହ୍ନରେ ବାରୁଅ ସ୍ଥିତ ଜିଲ୍ଲାର ଏକ ମାତ୍ର ଗୋଷ୍ଠୀବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀର ସରୋଜିନୀ ପରିଡାଷ୍ଟୁଡିଓ ପରିସରରେବିଶ୍ୱ ନିଶା ନିବାରଣ ଦିବସଉପରେ ଆଧାରିତ ଏକ ଆଲୋଚନାଚକ୍ର ଅନୁଷ୍ଠିତହୋଇଯାଇଛି । ଭାବଗ୍ରାହୀକଳା ନିକେତନ ଏବଂ ରେଡିଓଭାବଗ୍ରାହୀର ପ୍ରାଣ ପ୍ରତିଷ୍ଠାତାସଙ୍ଗୀତ ନିର୍ଦ୍ଦେଶକ ତଥା ସୁସଙ୍ଗଠକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ସମାଜସେବୀ ନିରଂଜନ ପରିଡା, ରେଡିଓ ଭାବଗ୍ରାହୀର ମୁଖ୍ୟଟ୍ରଷ୍ଟି ଧୀରାମଣି ପରିଡା, ଆର୍‌.ଡି.ସି.ୱା.ଇ.ଓ.ର ସଂପାଦକ ଚିତରଂଜନ ପ୍ରଧାନ, ସ୍ୱେଚ୍ଛାସେବୀ ପ୍ରଭାତ ବେହେରା, କଣ୍ଠଶିଳ୍ପୀ ସୌଭାଗିନୀ ମହାପାତ୍ର, ସୁଶୀଲ୍ ସୂତାର ପ୍ରମୁଖ ନିଶା ନିବାରଣର ଆବଶ୍ୟକତା ସଂପର୍କରେ ବିସ୍ତୃତ ଭାବରେ ଆଲୋଚନାକରିଥିଲେ । ଭାବଗ୍ରାହୀକଳା ନିକେତନର ଛାତ୍ରୀ ରୂପାଲିସୂତାର, ଅର୍ଚ୍ଚନା ପରିଡା, ଭାଗ୍ୟଲକ୍ଷ୍ମୀ ପରିଡା ଏବଂ ରାଜଲକ୍ଷ୍ମୀ ପରିଡା ନିଶା ନିବାରଣଉପରେ ଆଧାରିତ ସଚେତନତା ଧର୍ମୀସଂଗୀତ ଗାଇଥିଲେ । ଆରମ୍ଭରେ ଜାତିର ଜନକ ମହାତ୍ମାଗାନ୍ଧୀଏବଂ ଆଦର୍ଶଶିକ୍ଷକ ତଥା ସ୍ୱାଧିନତାସଂଗ୍ରାମୀ ଭାବଗ୍ରାହୀ ପରିଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ନିଶାମୁକ୍ତି ଅଭିଯାନକୁ ସଫଳ କରିବାକୁ ଶପଥପାଠ କରାଯାଇଥିଲା । ଆବାହକ ବିମଳ ପ୍ରସାଦ ପରିଡା ଆନ୍ତର୍ଜାତୀୟ ନିଶା ନିବାରଣ ଦିବସର ତାତ୍ପର୍ଯ୍ୟ ସଂପର୍କରେ ବିଷଦ ଭାବରେ ଆଲୋଚନାକରିବା ସହିତ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏକ ନିଶାମୁକ୍ତସୁସ୍ଥସମାଜ ଗଠନ ପରିପ୍ରେକ୍ଷୀରେ ସାରାବିଶ୍ୱରେ ବ୍ୟାପକ ଭାବରେଜନ ସଚେତନତା ସୃଷ୍ଟି କରିବା ପାଇଁ ୧୯୮୭ ମସିହାଜୁନ୍ ୨୬ ତାରିଖରେ ପ୍ରଥମ କରିଏହି ଦିବସ ପାଳିତହୋଇଥିଲା । ଚଳିତବର୍ଷଏହି ଦିବସର ବାର୍ତା ହେଉଛି, ପ୍ରମାଣ ସ୍ପଷ୍ଟ-ପ୍ରତିରୋଧରେ ବିନିଯୋଗକର । ନିଶାରାକ୍ଷସର କରାଳ କବଳରେ କବଳିତ ହୋଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ ଅକାଳରେ ଜୀବନ ହରାଉଛନ୍ତି । ସମାଜରେ ସମସ୍ତ ପ୍ରକାର ବିଶୃଙ୍ଖଳା ଏବଂ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିରେ କେବଳଏହି ନିଶାହିଁ ଦାୟୀ । ଏଥିରୁମୁକ୍ତି ପାଇବା ପାଇଁ ବିଶ୍ୱ ନିଶା ନିବାରଣ ଦିବସ ଅବସରରେ ଟିକିଏ ଚିନ୍ତାକରିବା ପାଇ ଁରେଡିଓଭାବଗ୍ରାହୀ ତରଫରୁ ପ୍ରତିଷ୍ଠାତା ବିମଳ ପରିଡା ସମସ୍ତଙ୍କୁ ଆହ୍ୱାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading