ଆସନ୍ତା ଜୁଲାଇମାସ ପହିଲାରୁ ଜିଲ୍ଲାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର



କେନ୍ଦ୍ରାପଡ଼ା, ୨୬ା୬: ଆସନ୍ତା ଜୁଲାଇମାସ ପହିଲାରୁ ପ୍ରତ୍ୟେକ ସୋମବାର କେନ୍ଦ୍ରାପଡା ଜିଲ୍ଲାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ପୂର୍ବ ଭଳି ଚାଲିବ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏସମ୍ପର୍କରେ ନିର୍ଦେଶ ଦେବା ପରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସମେତ ପ୍ରତ୍ୟେିକ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଏସମ୍ପର୍କରେ ନିର୍ଦେଶ ପ୍ରଦାନ କରାଯାଇଛି । ଜନ ଅଭିଯୋଗ ଶୁଣାଣି ଶିବିରକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗ ଜନ ଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରାଯିବାକୁ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।


Next Post

ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

Wed Jun 26 , 2024
କେନ୍ଦ୍ରାପଡା ଜିଲା ପଟ୍ଟମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିଶିର କୁମାର ନାୟକଙ୍କ ମନମାନି କାର୍ଯ୍ୟକ୍ରମକୁ ବିରୋଧ କରି ବୁଧବାର ସକାଳେ ଅଭିଭାବକ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ତାଙ୍କୁ ବହିଷ୍କାର କରିବାକୁ ଗ୍ରାମବାସୀ ଓ ଅଭିଭାବକମାନେ ଦାବି କରିଥିଲେ । ପ୍ରକାଶ ଯେ, ୨୦୧୯-୨୦ ଶିକ୍ଷା ବର୍ଷରୁ ପ୍ରଧାନ ଶିକ୍ଷକ ଅଳପୁଆ ଉଚ୍ଚ ବିଦ୍ୟାଳୟରେ ଯୋଗ ଦେବା ପର ଠାରୁ […]

KANIKA