ଜ୍ଞାନପ୍ରଭା ମିଶନ ପକ୍ଷରୁ ବ୍ରହ୍ମଚାରିଣୀ ପ୍ରଶିକ୍ଷଣ ଶିବିର

ଜ୍ଞାନପ୍ରଭା ମିଶନ ପକ୍ଷରୁ ବ୍ରହ୍ମଚାରିଣୀ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା, ୨୭/୬: ଜ୍ଞାନପ୍ରଭା ମିଶନ ପକ୍ଷରୁ ବ୍ରହ୍ମଚାରିଣୀ ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମିଶନର ସଦସ୍ୟାମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରର ପ୍ରସ୍ତୁତି ବିଷୟରେ ଆଲୋଚନା କରିବା ସହିତ ବର୍ତ୍ତମାନଠାରୁ ଆବେଦନ ପତ୍ର ଗ୍ରହଣ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହି ଶିବିରରେ କ୍ରିୟା, ଯୋଗ, ଧ୍ୟାନ, ଶୃଙ୍ଖଳିତ ଜୀବନ ଓ ସାଧିକାମାନଙ୍କ ଜୀବନୀ ଏବଂ ଶିକ୍ଷା ବିଷୟରେ ପ୍ରଶିକ୍ଷଣ ଦିଆଯିବ । ଏଥିରେ ଆବେଦନ କରୁଥିବା ଆବେଦନକାରୀଙ୍କ ବୟସ ୨୦ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଓ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯେକୌଣସି ବିଭାଗରେ ସ୍ନାତକ ହୋଇଥିବା ଆବଶ୍ୟକ । ଏହି ପ୍ରଶିକ୍ଷଣ ଚଳିତବର୍ଷ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୨୦୨୫ ମସିହା ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଫର୍ମ ଆବେଦନର ଶେଷ ତାରିଖ ଚଳିତବର୍ଷ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ ବୋଲି ମିଶନ୍ ପକ୍ଷରୁ ସ୍ଥିର କରାଯାଇଛି । ତେଣୁ ଆବେଦନକାରୀମାନେ ମେଲ୍ ଆଇଡିରେ ଆବେଦନ କରିପାରିବେ । ଏହି ପ୍ରଶିକ୍ଷଣ ବିଷୟରେ ଅଧିକ ଜାଣିବା ପାଇଁ ଶିବିରାର୍ଥୀମାନେ ୬୩୭୨୭ ୬୦୮୨୭ ଓ ୯୪୩୭୯ ୨୬୧୭୮ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ମିଶନ ପକ୍ଷରୁ ସୂଚନା ଦିଆଯାଇଛି । ପୂଜ୍ୟ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଆ ଭାଷାରେ ଏହି ଶିବିର ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷା ସୂଚନା ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ମିଶନର ଅଧ୍ୟକ୍ଷା ଜ୍ୟୋର୍ତିମୟୀ ମିଶ୍ର, ଉପାଧ୍ୟକ୍ଷା ସ୍ୱାମୀ ଜ୍ଞାନସ୍ୱରୂପାନନ୍ଦ ଗିରି, କୋଷାଧ୍ୟକ୍ଷ ସତ୍ୟମୟାନନ୍ଦ ଗିରି, ସନ୍ନ୍ୟାସିନୀ ସ୍ୱାମୀ ଜ୍ୟୋର୍ତିମୟାନନ୍ଦ ଗିରି ଏବଂ ମିଶନର ଅନ୍ୟ ସଦସ୍ୟାମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରର ପ୍ରସ୍ତୁତି ବିଷୟରେ ଆଲୋଚନା କରିବା ସହିତ ବର୍ତ୍ତମାନଠାରୁ ଆବେଦନପତ୍ର ଗ୍ରହଣ କରାଯିବ ବୋଲି ଆଲୋଚନା ହୋଇଥିଲା ।