କେନ୍ଦ୍ରାପଡା, ୨୭/୬: କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଶିକ୍ଷାନବିଶମାନଙ୍କୁ ଆଇନ ଶିକ୍ଷା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିର ଦୀର୍ଘ ୨୦ଦିନ ବ୍ୟାପୀ ଚାଲିଥିଲା । ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ଓ ଦୌରା ଜଜ୍ ବିଶ୍ୱଜିତ୍ ମହାନ୍ତି ଉଦ୍ଘାଟନ କରିଥିଲେ । ଏହି ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ପରିଚାଳନା କରି ଫୌଜଦାରୀ ଓ ଦେୱାନୀ କୋର୍ଟର ଅଧିକାରୀମାନଙ୍କ ସହିତ କାର୍ଯ୍ୟ କରିବାକୁ ବିଭିନ୍ନ କୋର୍ଟ ପରିଦର୍ଶନ କରାଇଥିଲେ । ପ୍ରଶିକ୍ଷଣ ସମାପ୍ତ ପରେ ଶିକ୍ଷାନବିଶମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ମାନପତ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ବଳଙ୍କ ଦ୍ୱାରା ଗତ ୨୧ତାରିଖ ଦିନ ସମସ୍ତ ଶିକ୍ଷାନବିଶମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଥିଲା ।
kanikanews.in
Next Post
ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନୂତନ ପଦକ୍ଷେପ
Thu Jun 27 , 2024
ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ଆକାଉଣ୍ଟ ଖୋଲିବାକୁ ନିର୍ଦେଶ କେନ୍ଦ୍ରାପଡ଼ା, ୨୭ା୬: ପ୍ରଶାସନର କାର୍ଯ୍ୟକୁ ଲୋକାଭିମୁଖୀ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଜିଲ୍ଲାର ସମସ୍ତ ତହସିଲ୍, ବ୍ଲକ୍ ଓ ବିଭିନ୍ନ ବିଭାଗକୁ ନିଜ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବନାମ ଟ୍ୱିଟର) ଆକାଉଂଟ୍ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଅଭିଯୋଗକୁ ଅଗ୍ରାଧିକାର ଦେଇ ସମସ୍ୟା ସମାଧାନ ଦିଗରେ […]

You May Like
- 1 year ago
ଆମ ସମ୍ପର୍କ ପକ୍ଷରୁ ମହାବିଷୁବ ମିଳନ ସମାରୋହ
- 6 months ago
ଶିଶୁଙ୍କ ପାଇଁ ଦିନଟିଏ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ