କେନ୍ଦ୍ରାପଡା ପୋଲିସ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର , ୧୬୪ୟୁନିଟ ରକ୍ତ ସଂଗୃହିତ


କେନ୍ଦ୍ରାପଡ଼ା, ୨୮ା୬: କେନ୍ଦ୍ରାପଡା ପୋଲିସ ପକ୍ଷରୁ ପ୍ରଥମ ଥର ପାଇଁ ରିଜର୍ଭ ପୋଲିସ କାର୍ଯ୍ୟାଳୟର କନଫରେନ୍ସ ହଲ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆଜି ଆୟୋଜିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟ୍ଟାରିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ରିଜର୍ଭ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରରେ ୧୬୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡା. ମାନସ କୁମାର ଜେନାଙ୍କ ଉପସ୍ଥିତିରେ ରକ୍ତଭଣ୍ଡାରର କର୍ମଚାରୀମାନଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀ କାଟ୍ଟାରିଆ ଏହି ଶିବରକୁ ଉଦଘାଟନ କରି ରକ୍ତଦାନ ଏକ ମହତ ଦାନ ବୋଲି କହିବା ସହ ଜିଲ୍ଲା ପୋଲିସ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ଶିବିରରେ ସ୍ୱେଛାକୃତ ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପୋଲିସ କାର୍ଯ୍ୟାଳୟ, ରିଜର୍ଭ ପୋଲିସ କାର୍ଯ୍ୟାଳୟ, ଦୁଇଗୋଟି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ପ୍ରତ୍ୟେକ ଥାନାର ଅଧିକାରୀ ଓ କର୍ମଚାରୀମାନେ ଏହି ଶିବିରରେ ରକ୍ତଦାନ କରିଥିଲେ । ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଜିଲ୍ଲା ମୁଖ୍ୟ ଚିକିସରା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଡିଏସପି ସରିତା ମହାପାତ୍ର୍ର, ଡିଏସପି ଶାନ୍ତା ନୂତନ ସମ୍ପଦ, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ରିଜର୍ଭ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ଡା. ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading