ର୍ଦୁବ୍ୟବହାର କରୁଥିବା ଏମ.ବି.କେ. ଓ ସି.ଆର.ପି.ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସ୍ଥାୟୀ ମାନ୍ୟତା ଦାବିରେ ଜିପିଏଲଏଫ ଇସି ମେମ୍ବରଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ


କେନ୍ଦ୍ରାପଡ଼ା, ୨୮ା୬: ଗ୍ରାମପଞ୍ଚାୟତ ସ୍ତରୀୟ ମିଶନସକ୍ତି ଫେଡେରେସନ୍‌(ଜି.ପି.ଏଲ.ଏଫ୍‌)କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନଙ୍କୁ ର୍ଦୁବ୍ୟବହାର କରୁଥିବା ଏମ.ବି.କେ. ଓ ସି.ଆର.ପି.ମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜି.ପି.ଏଲ.ଏଫ୍‌ର କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନଙ୍କୁ ସ୍ଥାୟୀ ସଦସ୍ୟତା ମାନ୍ୟତା ପ୍ରଦାନ ଓ ପାରିଶ୍ରମିକ ବୃଦ୍ଧି ଦାବିରେ ଆଜି କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଜି.ପି.ଏଲ.ଏଫ୍‌ର କାର୍ଯ୍ୟକାରୀ କମିଟି ସଦସ୍ୟ(ଇ.ସି.)ମାନେ ଦୀର୍ଘ ଘଣ୍ଟାଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏଥିସହିତ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ ନିକଟରେ ଥିବା ପୋଲିସ ଫୋର୍ସମାନଙ୍କୁ ଠେଲି ଜିଲ୍ଲାପାଳଙ୍କ ଚାମ୍ବର ପର୍ଯ୍ୟନ୍ତ ଧସେଇ ପଶିଯାଇଥିଲେ । ସେମାନଙ୍କ ଦାବି ପୁରଣ ନିମନ୍ତେ ବିଭିନ୍ନ ନାରା ଦେବା ସହିତ ଜିଲ୍ଲା ପ୍ରଶାସନ ତୁରନ୍ତ ସେମାନଙ୍କ ଦାବି ପୁରଣ କରିବାକୁ ଦାବି କରିଥିଲେ ।

ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ଡାକରା ପାଇ ସେଠାରେ ପହଞ୍ଚିଥିବା ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ପରିଚାଳକ କୈଳାସ ସେନାପତି ଏହି ଜି.ପି.ଏଲ.ଏଫ.ର ଇସି ସଦସ୍ୟାମାନଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ଏକ ଚାରି ଜଣିଆ ଟିମ୍ ଜିଲ୍ଲାପାଳଙ୍କ ଚାମ୍ବରକୁ ଯାଇ ଜିଲ୍ଲାପାଳ ଶ୍ରୀ ବିକାଶଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ସେମାନଙ୍କ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶୃତି ଦେବା ପରେ ସେମାନେ ଘେରାଉ ପ୍ରତ୍ୟାହାର କରିନେଇ ଥିଲେ ।

ଏହି ଆଲୋଚନାରେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଇତିପୁର ଜି.ପି.ଏଲ.ଏଫ୍‌.ର ସଦସ୍ୟା ତଥା ତୁଳସୀକ୍ଷେତ୍ର ଇସି ମହାସଙ୍ଘର ସମ୍ପାଦିକା ସଶ୍ମିତା ସାମଲଙ୍କ ସମେତ ଅନ୍ୟ ୩ଜଣ ଅଂଶଗ୍ରହନ କରିଥିବା ବେଳେ ହରପ୍ରିୟା ସ୍ୱାଇଁ, ପୂର୍ଣ୍ଣିମା ମଲିକ,କାଦମ୍ବିନି ନାଥ, ପ୍ରିତିରେଖା ଦାସ,ମୀନତୀ ସାହୁ, ଅହଲ୍ୟା ନାୟକ, ବିଜୟଲକ୍ଷ୍ମୀ ଜେନା, ପ୍ରତିମା ନାୟକ, ସକୁନ୍ତଳା ଦଳେଇ ପ୍ରମୁଖ ଜିଲ୍ଲାର ୯ଟି ବ୍ଲକର ଜି.ପି.ଏଲ.ଏଫ୍‌.ର ଶତାଧିକ ଇସିମେମ୍ବରମାନେ ଏହି ଘେରାଉରେ ସାମିଲ ହୋଇଥିଲେ ।


Next Post

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡାଦେଶ

Fri Jun 28 , 2024
କେନ୍ଦ୍ରାପଡା, ୨୮ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ସଂପୃକ୍ତ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୨୦ବର୍ଷ ଜେଲଦଣ୍ଡାଦେଶ ସହିତ ୫୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦ ମସିହା ସେପ୍ଟେମ୍ବର ମାସ ୧୫ତାରିଖ ସନ୍ଧ୍ୟା ୫ଟା ସମୟରେ ନାବାଳିକା ଜଣକ ତାଙ୍କ […]

KANIKA