କର୍କଟ ପିଡିତାକୁ ସହାୟତାର ହାତବଢାଇଲା ଚାରିଟେବୁଲ ଟ୍ରଷ୍ଟ



କେନ୍ଦ୍ରାପଡା, ୨୯/୬: କେନ୍ଦ୍ରାପଡ଼ା ସହରର କଜଳା ନିବାସୀ ନାରାୟଣ ମଲ୍ଲିକ(୪୫) ଗତ କିଛି ବର୍ଷ ହେବ ମୁଖ କର୍କଟ ରୋଗରେ ପିଡିତ ହେଇଛନ୍ତି । ଶ୍ରୀ ମଲ୍ଲିକ ତାଙ୍କ ପରିବାରର ଏକ ମାତ୍ର ରୋଜଗାର ବ୍ୟକ୍ତି ଅଟନ୍ତି । ସେ ଇଲେଟ୍ରିସିଆନ ଭାବେ କାର୍ଯ୍ୟ କରି ତାଙ୍କ ବୃଦ୍ଧ ମାତା, ଅବିଭାହିତା ଭଉଣି, ପତ୍ନୀ ଓ ଦୁଇଟି ପିଲାଙ୍କ ଭରଣ ପୋଷଣ କରିଥାନ୍ତି । ବର୍ତ୍ତମାନ ସେ ପରିବାର ପୋଷଣ ଓ ଚିକିତ୍ସା କରିବାକୁ ଅକ୍ଷମ । ତାଙ୍କର ଏହି କଥା ଜାଣିବା ପରେ ବାଞ୍ଚାନିଧି ଦାସ ଓ ଶ୍ରୀମତି ଦେବୀ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସ ଦୁଖିତ ହୋଇଥିଲେ । ଶ୍ରୀ ଦାସଙ୍କ ନିର୍ଦ୍ଧେଶରେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ ମହାନ୍ତି ସଙ୍ଗେ ସଙ୍ଗେ ନାରାୟଣ ମଲ୍ଲିକଙ୍କ ଘରକୁ ଯାଇ ଟ୍ରଷ୍ଟ ପକ୍ଷରୁ ଆର୍ଥୀକ ସହାତୟା ପ୍ରଦାନ କରିବା ସହିତ ଅନ୍ୟାନ୍ୟ ସହାୟତାର ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଉମେଶ ପାଢି ଓ ଲକ୍ଷ୍ମୀକାନ୍ତ ନାୟକ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading