ମରଣାନ୍ତଙ୍କ ଆକ୍ରମଣରେ ବୃଦ୍ଧା ନିହତ, ଥାନାରେ ୨ଅଟକ



କେନ୍ଦ୍ରାପଡ଼ା, ୩୦ା୬: ଏକ ମରଣାନ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧା ନିହତ ହୋଇଥିବା ବେଳେ ସେହି ପରିବାରର ବହୁ ଆହତ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ସାହସପୁର ଗ୍ରାମର ସ୍ୱର୍ଗତ ବିରେନ ସେଠୀଙ୍କ ପତ୍ନୀ ବିନି ସେଠୀ ଅଭିଯୋଗ କରିଛନ୍ତି ଯେ ପୂର୍ବର ଜମିବାଡି ବିବଦକୁ ନେଇ କୋର୍ଟରେ ମାମଲା ଚାଲୁଥିବା ବେଳେ ସେହି ଗ୍ରାମର ୭ଜଣ ଶନିିବାର ଅପରାହ୍ନରେ ଆସି କୋର୍ଟରେ ବିଚାରାଧୀନ ଥିବା ବିବାଦୀୟ ଜମି ଉପରେ ଜୋରଜବରଦସ୍ତ ଘର କରିବାକୁ ପ୍ରୟାସ କରିବାରେ ବିନିଙ୍କ ପରିବାର ତା’ର ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅପରପକ୍ଷ ଟେକାରେ ଆକ୍ରମଣ କରିବାରେ ସେହି ଟିକା ବିନିଙ୍କ ଶାଶୁ ତଥା ବାବାଜୀ ସେଠୀଙ୍କ ପତ୍ନୀ ହେମଲତା ସେଠୀଙ୍କ ମୁଣ୍ଡରେ ବାଜି ପ୍ରବଳ ରକ୍ତସ୍ରାବ ହୋଇଥିଲା । ହେମଲତା ବାନ୍ତି କରି ତଳେ ପଡିଯାଇଥିଲେ । ହେମଲତାଙ୍କୁ ବଞ୍ଚାଇବାକୁ ଯାଇ ସେହି ପରିବାରର ଅନ୍ୟମାନେ ଗୁରୁତ୍ତର ଆହତ ହୋଇଥିଲେ । ହେମଲତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ହେମଲତାଙ୍କ ଶବ ଜବତ କରି ବ୍ୟବଛେଦ କରାଇବା ସହ ଆଜି ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି । ବିନିଙ୍କ ଅଭିଯୋଗକୁ ଭିତ୍ତିକରି କେନ୍ଦ୍ରାପଡା ସଦର ଥାନାରେ ୩୭୫/୨୦୨୪ରେ ମାମଲା ରୁଜୁ କରିବା ସହ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading