ସାହିତ୍ୟ ଭୂମି ପତ୍ରିକା ଉନ୍ମୋଚିତ



ପତ୍ରିକା ହଉବା ପୁସ୍ତକ ପଠନ ମଣିଷର ଭାବନା ସହିତ ଏକ ଅନ୍ତରଙ୍ଗ ସେତୁ ସୃଷ୍ଟି କରିଥାଏ । ପାଠକ ତାର ଅନ୍ତର୍ଦୃଷ୍ଟିର ସୀମାକୁ ପ୍ରସାରିତ କରିଥାଏ । ପଟ୍ଟାମୁଣ୍ଡାଇରୁ ପ୍ରକାଶିତ ହୋଇ ଆସୁଥିବା ସର୍ଜନାର ଉର୍ମି ସାହିତ୍ୟ ଭୂମି ପତ୍ରିକାର ପଂଚମ୍ୱର୍ଷ ବିଶେଷାଙ୍କର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନକ୍ଲବ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଥାକାର ପ୍ରଦୀପ ନାୟକଙ୍କ ସମ୍ପାଦିତ ଏହି ପତ୍ରିକାର ଉନ୍ମୋଚନ ଉତ୍ସ୍ୱକୁ ପୌରହିତ୍ୟ କରିଥିଲେ ସାହିତ୍ୟଭୂମି ଲେଖକ ସଂସଦର ସଭାପତି ଶିକ୍ଷାବିତ୍ ଶଚ୍ଚିନନ୍ଦନ ଦାସ । ମୁଖ୍ୟ ଅତିଥି ଶିକ୍ଷାବିତ୍ କଣ୍ଡୁରୀ ଚରଣ ସ୍ୱାଇଁ, ମୁଖ୍ୟବକ୍ତା ଅଧ୍ୟାପକ କବି ରଞ୍ଜିତ ସେନାପତି ଓ ସଭାସଂଚାଳନ କରିଥିଲେ କବି ସଚ୍ଚିତ୍ର କୁମାର ବେହୁରା । ଏହି ଉତ୍ସ୍ୱରେ ବେଲେଶ୍ୱର ସାହିତ୍ୟ ସଂସଦ ତରଫରୁ ଏବଂ ଶିକ୍ଷାବିତ ତ୍ରୈଲୋକ୍ୟ ମିଶ୍ରଙ୍କ ତରଫରୁ କବି ପୁଣ୍ୟଶ୍ଳୋକ ଓ ପ୍ରଦୀପ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଣ୍ଡଳ ଉପଶିକ୍ଷାଅଧିକାରୀ କବୟିତ୍ରୀ ସୁନୀତା ଦାସ, ଅନ୍ତର୍ଯ୍ୟାମୀ ବେଜ, ଆଶିଷ କୁମାର ଦାସ,ବୈଷ୍ଣବ ମଳିକ ସ୍ୱରଚିତ କବିତା ପାଠ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ପରୀକ୍ଷିତ ପାତ୍ର, ବ୍ରଜବନ୍ଧୁ ଦାଶ,କୈଳାସ ଚନ୍ଦ୍ର ପାତ୍ର,ବିଜୟ କୁମାର ସାହୁ, ହରେକୃଷ୍ଣ ଦାଶ, କଳାଶିକ୍ଷକ ରମେଶ ଦେ ଯୋଗଦେଇଥିଲେ । ଟାଉନକ୍ଲବର ସଭାପତି କେତନ ଦାସ ସମେତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବେଲେଶ୍ୱର ସାହିତ୍ୟର ସମ୍ପାଦକ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ୟଙ୍ଗ କବି ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ମହାକାଳପଡ଼ା ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ବିଧାୟକଙ୍କୁ ସମ୍ବର୍ଦ୍ଧନା

Mon Jul 1 , 2024
କେନ୍ଦ୍ରାପଡା ୧/୭-ମହାକାଳପଡ଼ା ବିକାଶ ମଞ୍ଚ ତରଫରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମହାକାଳପଡ଼ା ବିକାଶ ମଞ୍ଚ ତଥା ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟ, ରାଜଶ୍ରୀର ସମ୍ପାଦକ ହେମନ୍ତ ଜେନା, ଓଡିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ(ଓଷ୍ଟା) ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ବିକାଶ ମଞ୍ଚ ସମ୍ପାଦକ ଶିକ୍ଷାବିତ୍ ଭାଗିରଥି ନନ୍ଦ, ମଞ୍ଚର ସଦସ୍ୟ ରମେଶ ଚନ୍ଦ୍ର ସ୍ୱାଇଁ […]

You May Like