
କେନ୍ଦ୍ରାପଡ଼ା, ୪/୭: କେନ୍ଦ୍ରାପଡା ପୌରାଞ୍ଚଳସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୁବିନା ପ୍ରଧାନଙ୍କ ନେତୃତ୍ୱରେ ଜୁନିୟର ରେଡ୍କ୍ରସ ତରଫରୁ ବନ ମହୋତ୍ସବ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାଧନ କର୍ମୀ ତପନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନର ବିଦ୍ୟାଳୟର ଜୁନିୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଚାରାରୋପଣ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।
Thu Jul 4 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ଏକ ସ୍ୱତନ୍ତ୍ର ସବଡିଭିଜନ ମାନ୍ୟତା ଦେବା ପାଇଁ ଅଂଚଳବାସୀଙ୍କ ତରଫରୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି ।ଏଥିନେଇ ରାଜ୍ୟ ସରକାର ସବ୍ଡିଭିଜନ ପ୍ରସ୍ତାବକୁ ବିଚାରଧୀନ ରଖିଥିବା ବେଳେ ପଟ୍ଟାମୁଣ୍ଡାଇରେ ବିଭିନ୍ନ ଉପଖଣ୍ଡ ସ୍ତରିୟ ସରକାରୀ ଦପ୍ତର ମାନ ଖୋଲିଛନ୍ତି । ହେଲେ ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ମାନ୍ୟତା ଦେବା ବାକି ରହିଛିା ଫଳରେ ପଟ୍ଟାମୁଣ୍ଡାଇ ଉପରେ ନିର୍ଭର କରୁଥିବା ବିଭିନ୍ନ ବ୍ଲକ ଅଧିନରେ […]