ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ


କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇଚ୍ଛାପୁରସ୍ଥିତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ଦାଶଙ୍କ ତତ୍ତ୍ୱାବଧାନରେ ନିକଟସ୍ଥ ମଧୁସାଗର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଧିରଞରଜନ ବାରିକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟର ୟୁଥ୍ ଆଣ୍ଡ ଇକୋ କ୍ଲବ ଓ ଲିଗାଲ ଲିଟେରାସି ଓ କ୍ଲବର ଗାଇଡ୍ ଶିକ୍ଷକ ରଶ୍ମିରଞ୍ଜନ ପ୍ରଧାନ ଓ ନିର୍ମଳ କୁମାର ସାହୁ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ବିଦ୍ୟାଳୟ ପରିସର ଓ ନିକଟସ୍ଥ ମୁଖ୍ୟରାସ୍ତାର ପାଶ୍ୱର୍ରେ ଚାରାବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।


Next Post

ଉତ୍କଳମଣି ଯୁବକ ସଂଘ ପକ୍ଷରୁ ୭୫ତମ ବନମହୋତ୍ସବ ସପ୍ତାହ ପାଳିତ

Sun Jul 7 , 2024
ପଟ୍ଟାମୁଣ୍ଡାଇ ବ୍ଲକ ଉତ୍କଳମଣି ଯୁବକ ସଂଘ ତରଫରୁ ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ସଙ୍ଗଠନର ଅଧ୍ୟକ୍ଷ ଗୌତମ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ଏଥିରେ ସଙ୍ଗଠନ ସଦସ୍ୟ ବୈଷ୍ଣବ ବେହେରା , ଶାନ୍ତନୁ ବେହେରା , ଜ୍ଞାନଜ୍ୟୋତି ବାରିକ୍ , ଅନନ୍ତ ବେହେରା , ଶିବୁ ବେହେରା ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିଥିଲେ।

KANIKA