
କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ଦୁତୀଆଳ ଆଦର୍ଶ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମରେ ଡ. ଦିଲ୍ଲୀପ କୁମାର ମିଶ୍ର ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ପୃଥିବୀର ତାପମାତ୍ରା ବୃଦ୍ଧିଜନିତ ସମସ୍ୟା ଓ ତାହାର ନିରାକରଣ ପାଇଁ ଜଳବାୟୁର ସୁରକ୍ଷା ପାଇଁ ଗଛର ଉପାଦେୟତା ସମ୍ପର୍କରେ ଡ. ଉପେନ୍ଦ୍ରନାଥ ପ୍ରଧାନ, ଶ୍ରୀଚରଣ ସାମଲ, ପ୍ରତାପ ନାୟକ, କରୁଣାକର ଦାସ, ସୁରେଶ ପଟ୍ଟନାୟକ, ଗୌରାଙ୍ଗ ଚରଣ ସାହୁଙ୍କ ସହ ଶିକ୍ଷକ ପ୍ରତାପ ପତି, ଅମୁଲୂ ଦାଶ, ଶିବ ପ୍ରସାଦ ବଳ, ପ୍ରୀତିନନ୍ଦା ବରାଳ, ରଞ୍ଜୁବାଳା ଜେନା, ଗଙ୍ଗାଧର ମହାପାତ୍ର, ମିନତୀ ସେନାପତି, ଶୁକଦେବ ସାହୁ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭା ଶେଷରେ ରାଜକିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।











