କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଆୟକର ଦିବସ


କେନ୍ଦ୍ରାପଡ଼ା,୨୫ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଆୟକର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଚାଟାର୍ଡ ଆକାଉଁଟାଣ୍ଟ ମନୋଜିତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ କଥାର କୁହୁକ ଦ୍ୱାରା ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆୟକର ସମ୍ବଦ୍ଧିତ ବିଭିନ୍ନ ଉପାଦେୟ ତଥ୍ୟ ମାଧ୍ୟମରେ ବୁଝାଇଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ୱାଇ. ପଦ୍ମାବତୀଙ୍କ ତତ୍ୱାବଧାନରେ ଅଧ୍ୟାପକ ସୁରେଶ ଚନ୍ଦ୍ର ଦାସ, ଅଧ୍ୟାପକ ବିକାଶ କୁମାର ନାୟକ, ଅଧ୍ୟାପକ ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆୟକର ସମ୍ପର୍କରେ ଜ୍ଞାନପ୍ରଦାନ କରିଥିଲେ । ଉତ୍ସବରେ ଛାତ୍ର ତେଜସ୍ୱିନୀ ଦାସ, କାହ୍ନା ସାହୁ, ମିଲି ସାହୁ, ଗାୟତ୍ରୀ ମଲ୍ଲିକ, ମଧୁସ୍ମିତା ସେଠୀ, ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ।ାୟକର ସମ୍ବଦ୍ଧିତ ତଥ୍ୟ ଉପସ୍ଥାପନା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏହି ସଂମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଛାତ୍ର ଗୋପିନାଥ ତ୍ରିପାଠୀ, ଛାତ୍ରୀ ସନ୍ଧ୍ୟାରାଣୀ ରାୟ ପରିଚାଳନା କରିଥିଲେ । ଉତ୍ସବ ଶେଷରେ ମୁଖ୍ୟ ଅତିଥିଙ୍କୁ ସ୍ମାରକୀପତ୍ର ପ୍ରଦାନ କରାଯାଇଥିଲା ।


Next Post

ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପିଟିପିଟି ହତ୍ୟା

Tue Jul 25 , 2023
କେନ୍ଦ୍ରପଡା ୨୫ା୭ ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଖବର ମିଳିଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।  ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ […]

KANIKA