ରିଲ୍ସ କରି ବାହାର ଲୋକଙ୍କୁ ଦେଖାଇବା ଅଶୋଭନୀୟ


ଭୁବନେଶ୍ୱର,୧୦୭- ପୁରୀରେ ମହାପ୍ରଭୁ ବଡଠାକୁରଙ୍କ ଆଡପ ପହଣ୍ଡିବେଳେ ଚାରମାଳ ଉପରେ ଝୁମି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର । ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ ପ୍ରକାଶ ପାଉଥିବାବେଳେ ଏହାକୁ ନେଇ ସାଂଘାତିକ କଥା କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ।ଜଗନ୍ନାଥ ମହାପାତ୍ର କହିଛନ୍ତି, ରଥ ଉପରକୁ ଯଦି ମୋବାଇଲ ବନ୍ଦ ହୋଇ ଆଇକାର୍ଡ ଲାଗୁ ହେବ ସେବାୟତ କଣ୍ଟ୍ରୋଲକୁ ଆସିବେ । ରଥରେ ମୋବାଇଲ ଧରି ଯାହା କରୁଛନ୍ତି ଦେଖିହେବନି । ପ୍ରଭୁ ପଡ଼ିନାହାନ୍ତି, ସେବାୟତଙ୍କ ଉପରେ ପଡ଼ିଗଲେ । ଆଜିକାଲିର ଯୁବପିଢି ବଡ଼ସାନ ବୋଲି ମାନୁନାହାନ୍ତି ବେପରୁଆ ହେଉଛନ୍ତି । ଅଣ ସେବାୟତମାନେ ଆସି ରଥ ଉପରେ ଭିଡ ଜମାଉଛନ୍ତି । ୫୦ଜଣ ଯାଗାରେ ୫୦୦ଜଣ ରହୁଛନ୍ତି । ଗୋଟିଏ ଗୋଟିଏ ମୋବାଇଲ ଧରି ଫଟୋ ଉଠାଇବାରେ ଲାଗି ପଡୁଛନ୍ତି । ମହାପ୍ରଭୁ ଫଟୋ ଉଠାଇ ରିଲ୍ସ କରି ବାହାର ଲୋକଙ୍କୁ ଦେଖାଉଛନ୍ତି । ଯାହା ଅଶୋଭନୀୟ ।


Next Post

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ

Wed Jul 10 , 2024
ପଟ୍ଟାମୁଣ୍ଡାଇ ୧୦/୭ -ଓଡିଆ ଶାସ୍ତ୍ରୀୟ ସଂଗୀତର ମହାନ ଗାୟକ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କର ୧୨୪ତମ ଜନ୍ମଜୟନ୍ତୀ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ପାୟଲ ମ୍ୟୁଜିକ୍ ସ୍କୁଲର ମିଳିତ ସହେଯାଗରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ନୀଳମାଧବ ପତିଙ୍କ ପୌରହିତରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀର କାର୍ଯ୍ୟନିର୍ବାହୀ ସଭ୍ୟ ପବିତ୍ର ପଟ୍ଟନାୟକ ,ଓଡ଼ିଆ […]

KANIKA