ମଣିପୁର ଠାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ପ୍ରତିବାଦ


କେନ୍ଦ୍ରାପଡ଼ା ୨୫/୭: କେନ୍ଦ୍ରାପଡାର ଆମ୍ବେଦକର ଲୋହିଆ ବିଚାରମଞ୍ଚ ମହିଳା ଶାଖା ତରଫରୁ ମଣିପୁର ରାଜ୍ୟରେ ଯେପରି ୨ଜଣ ମହିଳାଙ୍କୁ ଦୁଷ୍କର୍ମ କରି ରାଜରାସ୍ତାରେ ଶୋଭାଯାତ୍ରାରେ ଚଲାଇବା ଭଳି ଲଜ୍ୟାଜନକ ଘଟଣା ବିରୋଧରେ ଏକ ପ୍ରତିବାଦ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ହେଉଛି ଯେ ନାରୀଜାତିର ସୁରକ୍ଷା ନାହିଁ, ଯେଉଁ ଭଳି ଭାବରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମପରେ ଉଲଗ୍ନ କରି ରାଜରାସ୍ତାରେ ଚଲାଇବାର ବର୍ବରତା ସମଗ୍ର ମହିଳାଙ୍କୁ ମର୍ମାହତ କରିଛି । ତାହା ପଶୁଠାରୁ ମଣିଷ ହିନ ହୋଇଛି । ମଣିପୁର ଜଳୁଛି, ଅଶାନ୍ତ ପାଲଟିଛି ସମଗ୍ର ମଣିପୁର ରାଜ୍ୟ । ଏଠାରେ ଗଡୁଛି ମୁଣ୍ଡ । ମଣିପୁର ବର୍ବରତା ସମସ୍ତ ଦେଶକୁ ସ୍ତବଧ କରିଛି । ତେଣୁ ଆମ୍ବେଦକର ଲୋହିଆ ବିଚାରମଞ୍ଚ ମହିଳାର ସମସ୍ତ ସଭ୍ୟା ଏହି ଘଟଣାର ତ୍ରୀବ୍ର ନିନ୍ଦା କରିବା ସହିତ ଦୋଷୀ ବିରୁଦ୍ଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ କରି ମହିଳାଙ୍କୁ ସୁରକ୍ଷା ଦେବାପାଇଁ ଦାବିକରିଛନ୍ତି । ଏହି ପ୍ରତବାଦ ସଭାରେ କୈଳାସ ମଲ୍ଲିକ, ଓସା ମଲ୍ଲିକ, ସରତୀ ମଲ୍ଲିକ, ପ୍ରଦୀପ ସେଠୀ, ନରେନ୍ଦ୍ର ମଲ୍ଲିକ, ତ୍ରୀଲୋଚନ ସେଠୀ, ଅନାଦୀ ସେଠୀ, ବିଳାସିନୀ ମଲ୍ଲିକ, ରଗିଲା ସେଠୀ, ପପିନା ମଲ୍ଲିକ, ହିରାମଣି ମଲ୍ଲିକ, ସଂଯୁକ୍ତା ସେଠୀ ପ୍ରମୁଖ ଶତାଧିକ ସଭ୍ୟା ଉପସ୍ଥିତ ଥିଲେ ।


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା - ୨୦୨୩

Tue Jul 25 , 2023
ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ନିଯୁକ୍ତି ଓ ଆତ୍ମନିଯୁକ୍ତି ଉପଯୋଗୀ କରିବା ପାଇଁ ପ୍ରତି ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା ଆୟୋଜନ କରୁଛନ୍ତି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା -୨୦୨୩ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ନିଯୁକ୍ତି ପରାମର୍ଶ ମେଳାରେ ଜିଲ୍ଲା କର୍ମନିୟୋଜନ ଅଧିକାରୀ ଘନଶ୍ୟାମ ସାହା ପଟ୍ଟାମୁଣ୍ଡାଇ […]

KANIKA

Subscribe