ପଟ୍ଟାମୁଣ୍ଡାଇ ୨୫ା୭-ରାଜ୍ୟ ସରକାର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ନିଯୁକ୍ତି ଓ ଆତ୍ମନିଯୁକ୍ତି ଉପଯୋଗୀ କରିବା ପାଇଁ ପ୍ରତି ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା ଆୟୋଜନ କରୁଛନ୍ତି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ନିଯୁକ୍ତି ପରାମର୍ଶ ମେଳା -୨୦୨୩ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ନିଯୁକ୍ତି ପରାମର୍ଶ ମେଳାରେ ଜିଲ୍ଲା କର୍ମନିୟୋଜନ ଅଧିକାରୀ ଘନଶ୍ୟାମ ସାହା ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବି ଡି ଓ ଶୁଭ୍ରାଂଶୁ ସାହୁ, ଓରମାସ ଜିଲ୍ଲା ସଂଯୋଜକ ମୋନାଲିସା ନାୟକ, ସହସଂଯୋଜକ ପ୍ରିୟଙ୍କା ରାଉତ, ଜିଲ୍ଲା କର୍ମନିୟୋଜନ ବିଭାଗ ୟୁଥ ପର୍ସନେଲ ରିଚା ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ବିଭିନ୍ନ ସରକାରୀ ସଂସ୍ଥା ଓ କମ୍ପାନୀ ଦ୍ୱାରା ଉପଯୁକ୍ତ ତାଲିମ ଗ୍ରହଣ କଲେ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁବିଧା ହାସଲ କରିପାରିବେ ବୋଲି ମତପ୍ରକାଶ କରିଥିଲେ । ଏହି ମେଳାରେ ସିପେଟ, ଏଲ ଆଣ୍ଡ ଟି, ଏ ସି ଏମ ଇ, ସାହି ଏକ୍ସପୋର୍ଟ, ୱାଜିର, ପଟ୍ଟାମୁଣ୍ଡାଇ ସରକାରୀ ଆଇ ଟି ଆଇ ଆଦି ୯ଟି ସଂସ୍ଥା ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ୨୫୦ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିବାବେକେ ୨୦୦ରୁ ଉର୍ଦ୍ଧ ଯୁବକ ଯୁବତୀ ତାଲିମ ପାଇଁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଭୁ ଧବଳେଶ୍ୱର ବରାଳ ଓ ସୁଶ୍ରୀ ସଂଗୀତା ଭୂୟାଁ ପରିଚାଳନା କରିଥିଲେ ।
kanikanews.in
Next Post
ମୌଳିକ ସମସ୍ୟା ସମାଧାନ ଦାବୀ ନେଇ ରାସ୍ତାରୋକ
Tue Jul 25 , 2023
ପଟ୍ଟାମୁଣ୍ଡାଇ ୨୫ା୭-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତର ୧୫ନମ୍ବର ୱାର୍ଡର ବାସିନ୍ଦାମାନେ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବୀରେ ଆଜି ପଟ୍ଟାମୁଣ୍ଡାଇ ରାଜନଗର ନଦୀବନ୍ଧ ରାସ୍ତାର ନିମପୂର୍-ପୋଖରୀସାହି ନିକଟରେ ରାସ୍ତାରୋକ କରିଥିଲେ । ୧୫ ନମ୍ବର ୱାର୍ଡ ଦୀର୍ଘଦିନ ହେଲା ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ପଡ଼ିଛି । ଜଳ ନିଷ୍କାସନର ବ୍ୟବସ୍ଥା ନଥିବାରୁ ଗ୍ରାମ ରାସ୍ତାରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମି ରହୁଥିବା ବେଳେ ପାନୀୟ ଜଳ ଯୋଗାଣ […]

You May Like
- 2 years ago
ପତିତପାବନଜୀଉଙ୍କ ସୁନାବଶେ ଦେଖିବାକୁ ଭକ୍ତଙ୍କ ସମାବେଶ
- 1 year ago
ଭୋଜି ଖାଇ ୪୦ ଅସୁସ୍ଥ: ୧୬ ମେଡିକାଲରେ ଭର୍ତି
- 12 months ago
ସଂସ୍କୃତ ଦିବସ ପ୍ରସ୍ତୁତି ବୈଠକ