କେନ୍ଦ୍ରାପଡା ମହାବିଦ୍ୟାଳୟର ଆଲୁମିନି ବୈଠକ , କଲେଜରୁ ଏସି ଚୋରି ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ଦୋଷୀଙ୍କୁ ଦଣ୍ଡିତ ପାଇଁ ତଦନ୍ତକାରୀ ସଂସ୍ଥାକୁ ଦାବି


କେନ୍ଦ୍ରାପଡ଼ା, ୧୪ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆଲୁମିନି ବୈଠକ ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ   କଲେଜ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ପ୍ରକୃତ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବା ପାଇଁ ତଦନ୍ତକାରୀ ସଂସ୍ଥା ନିକଟରେ ଦାବି କରାଯାଇଛି । ଆସନ୍ତା ଅଗଷ୍ଟମାସ ୨୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକ, ସାଂସଦଙ୍କ ସମେତ ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ବଡଚଣା ବିଧାୟକ ଅମର କୁମାର ନାୟକଙ୍କୁ ଯୋଗଦେବାକୁ ନିବେଦନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଆଲୁମିନି ସମ୍ପାଦକ ବିଧୁଭୂଷଣ ଦାସ, ଯୁଗ୍ମ ସମ୍ପାଦକ ଡ. ଅମୀୟ ମହାନ୍ତି ଓ ଅଧ୍ୟାପକ ପ୍ରମୋଦ ଦାସ, ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଅଧ୍ୟାପକ ପ୍ରଦୀପ୍ତ କିଶୋର ଦାଶ, ଶୁଭଙ୍କର ନାୟକ, କଲେଜ ଅଧ୍ୟକ୍ଷ ଅଭିଜିତ ବୋଷ, ଡ. ବାସୁଦେବ ଦାସ, ଉପସଭାପତି ସ୍ମୃତିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading