କେନ୍ଦ୍ରାପଡା ମହାବିଦ୍ୟାଳୟର ଆଲୁମିନି ବୈଠକ , କଲେଜରୁ ଏସି ଚୋରି ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ଦୋଷୀଙ୍କୁ ଦଣ୍ଡିତ ପାଇଁ ତଦନ୍ତକାରୀ ସଂସ୍ଥାକୁ ଦାବି


କେନ୍ଦ୍ରାପଡ଼ା, ୧୪ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆଲୁମିନି ବୈଠକ ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ   କଲେଜ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ପ୍ରକୃତ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବା ପାଇଁ ତଦନ୍ତକାରୀ ସଂସ୍ଥା ନିକଟରେ ଦାବି କରାଯାଇଛି । ଆସନ୍ତା ଅଗଷ୍ଟମାସ ୨୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକ, ସାଂସଦଙ୍କ ସମେତ ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ବଡଚଣା ବିଧାୟକ ଅମର କୁମାର ନାୟକଙ୍କୁ ଯୋଗଦେବାକୁ ନିବେଦନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଆଲୁମିନି ସମ୍ପାଦକ ବିଧୁଭୂଷଣ ଦାସ, ଯୁଗ୍ମ ସମ୍ପାଦକ ଡ. ଅମୀୟ ମହାନ୍ତି ଓ ଅଧ୍ୟାପକ ପ୍ରମୋଦ ଦାସ, ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଅଧ୍ୟାପକ ପ୍ରଦୀପ୍ତ କିଶୋର ଦାଶ, ଶୁଭଙ୍କର ନାୟକ, କଲେଜ ଅଧ୍ୟକ୍ଷ ଅଭିଜିତ ବୋଷ, ଡ. ବାସୁଦେବ ଦାସ, ଉପସଭାପତି ସ୍ମୃତିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Next Post

ଗ୍ରୀଲଭାଙ୍ଗି ଲକ୍ଷାଧିକ ଟଙ୍କାରେ ସୁନାଗହଣା ଚୋରି ଅଭିଯୋଗ

Mon Jul 15 , 2024
କେନ୍ଦ୍ରାପଡ଼ା, ୧୪ା୭: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମର ପ୍ରିୟଦର୍ଶନ ସ୍ୱାଇଁଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ କେହିନଥିବାର ସୁଯୋଗ ନେଇ ଗ୍ରୀଲ ଭାଙ୍ଗି ଘର ଭିତରେ ଚୋର ପସିବା ସହିତ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା କେହି ଲୁଟ କରିନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ପ୍ରିୟଦର୍ଶନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ପରିବାର ସହ କଟକ ଯାଇଥିବା ବେଳେ ଗତକାଲି ଅପରାହ୍ନ […]

KANIKA