ଭଙ୍ଗାଗଲା ଭିତର ରତ୍ନଭଣ୍ଡାର ତାଲ, ସିନ୍ଦୁକ-ଆଲ୍‌ମିରାରେ ରହିଛି ଅଳଙ୍କାର: ମୁଖ୍ୟ ପ୍ରଶାସକ


ପୁରୀ, ୧୪ା୭: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି । ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି । ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତରିତ କରାଯାଇଛି । ବାହାର ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୨ ଘ ଭିତର ରତ୍ନଭଣ୍ଡାର ତାଲା କଟା ଯାଇ ଖୋଲାଯାଇଥିଲା । ଚାବିରେ ନ ଖୋଲିବାରୁ କଟରରେ କଟା ଯାଇଥିଲା । ଭିତର ରତ୍ନଭଣ୍ଡାରର ଅଳଙ୍କାର କେବଳ ଦେଖାଯାଇଛି । କିନ୍ତୁ କ’ଣ ରହିଛି, ସେନେଇ ଜଣାପଡ଼ି ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାରରୁ ବାହାରିଲା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଏସ୍‌ଓପି ଅନୁସାରେ ଆମେ କାର୍ଯ୍ୟକାରୀ କରିଛୁ । ୧୧ ଜଣିଆ କମିଟି ରତ୍ନଭଣ୍ଡାର ତଦାରଖ କରିଛନ୍ତି । ଏସ୍‌ଓପି ଅନୁସାରେ ଆଜି ବାହାର ରତ୍ନଭଣ୍ଡାର ଦେଖାଯାଇଥିଲା । ଗଜପତି ମହାରାଜଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ଓ ଅନ୍ୟ ସେବାୟତମାନେ ରତ୍ନଭଣ୍ଡାର ଖୋଲିବା ସମୟରେ ଉପସ୍ଥିତ ଥିଲେ । ବାହାର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି । ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରିତ କରାଯିବା ପରେ ପରବର୍ତ୍ତୀ ସମୟରେ ଭିତର ରତ୍ନଭଣ୍ଡାର ଗେଟ୍‌କୁ ପ୍ରବେଶ କରିଥିଲୁ । କିନ୍ତୁ ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା, ସେଥିରେ ଖୋଲିବାକୁ ଚେଷ୍ଟା କରାଯାଇଥିଲା । ଭିତର ରତ୍ନଭଣ୍ଡାରରେ ୩ଟି ତାଲା ଥିଲା । କିନ୍ତୁ କୌଣସି ଚାବିରେ ଖୋଲିଲା ନାହ ଏସ୍‌ଓପି ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୩ଟି ତାଲା ଭଙ୍ଗାଗଲା । ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ୩ଟି ତାଲା ଭଙ୍ଗା ଯାଇଥିଲା । ଆମେ ସବୁ ଦେଖିଲୁ । ସିନ୍ଦୁକ, ଆଲମାରୀରେ ଅଳଙ୍କାର ଅଛି । ସମୟ ଅଭାବରୁ ଆଜି ଅଳଙ୍କାର ସ୍ଥାନାନ୍ତରିତ କରାଯାଇପାରିଲା ନାହିଁ । ଏଥି ପାଇଁ ଆଉ ଗୋଟିଏ ଦିନ ଦରକାର । ଏଥି ପାଇଁ ସରକାରଙ୍କୁ ଅନୁରୋଧ କରାଯିବ । ରତ୍ନଭଣ୍ଡାରର ସ୍ଥାନାନ୍ତରିତ ହେଲା ପରେ ଗଣତି ହେବ । ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ରତ୍ନଭଣ୍ଡାରର ତାଲା କାଟି ତା ମଧ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଛି । ଏହାସହ ବାହୁଡା ଓ ସୁନାବେଶ ସରିବା ପରେ ପୁଣି ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ । ଭିତର ରତ୍ନଭଣ୍ଡାରରେ ବିରାଟ ବିରାଟ ଗାତ ରହିଛି । ମୂଷାମାନେ ଏଭଳି ବଡ଼ ବଡ଼ ଗାତ କରିଛନ୍ତି । ମୂଷାମାନଙ୍କ ଦ୍ୱାରା ସୁଡ଼ଙ୍ଗ ଭଳି ବଡ଼ ବଡ଼ ଗାତ ହୋଇଛି । ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନଥିଲା । ତେଣୁ ଶ୍ରୀମନ୍ଦିର ଭିତରୁ ସ୍ନେକ ହେଲ୍‌?ପଲାଇନ ସଦସ୍ୟ ବାହାରି ଆସିଥିଲେ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ସେ କହିଛନ୍ତି, ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା, ଆମେ ଅପେକ୍ଷା କରିଥିଲୁ । ଆମେ ଭିତରକୁ ଯାଇନଥିଲୁ, ବାହାରେ ଅପେକ୍ଷା କରିଥିଲୁ ।


Discover more from

Subscribe now to keep reading and get access to the full archive.

Continue reading