ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ , ସମସ୍ତ ସରକାରୀ ଯୋଜନା ସଫଳ ରୂପାୟନ ଓ ମୌଳିକ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ


ପଟ୍ଟାମୁଣ୍ଡାଇ ୧୮/୭ – ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌରାଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ସମସ୍ତ ମୌଳିକ ସମସ୍ୟା ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ପିଇବା ପାଣି, ବିଦ୍ୟୁତ ଆଦି ବିଭିନ୍ନ ସମସ୍ୟା ସମାଧାନ କରି ପୌରାଂଚଳ ବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ସମସ୍ତ ଅସମ୍ପୂର୍ଣ୍ଣ ପ୍ରକଳ୍ପ ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ପୌର ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପଟ୍ଟାମୁଣ୍ଡାଇ ସହରର ମୁଖ୍ୟସମସ୍ୟା ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନ ନିର୍ମାଣ ଭେଣ୍ଡିଂ ଜୋନ, ପ୍ରଧାନମନ୍ତ୍ରୀ ଆବାସଯୋଜନା ,ଜାଗା ମିଶନ, ,ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ, ସାଧାରଣବଂଟନ, ଭତା, ବୁଲା ଗାଇ ଗୋରୁ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଓ ପୂର୍ତ ବିଭାଗ ରାସ୍ତା, ଡ୍ରେନ ନିର୍ମାଣ ଓ ଉନ୍ନତିକରଣ, ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ପ୍ରଦାନ, ମୁକ୍ତା ଯୋଜନାରେ କର୍ମ ନିଯୁକ୍ତି ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାରଥିଲା । କାଉନସିଲର ପ୍ରଶାନ୍ତ ବାରିକ, ଗୋପୀବଲ୍ଲଭ ନାୟକ, ମୃତ୍ୟୁଞ୍ଜୟ ପାଢ଼ୀ,ସାନିଆ ପରମିନ ସାହେବା, ପ୍ରିୟଙ୍କା ସେଠୀ, ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ରୀନାରାଣୀ ମଲିକ, ସୁଧାମୟ ମଲିକ, ସୁବାଷ ମଲିକ, ଝରଣା ବେହେରା, ମଳୟ ଓଝା, ସମ୍ରାଟ ଜେନା, ବିଦ୍ୟାଧର ସେଠୀ ଓ ବନିତା ମଲିକ ପ୍ରମୁଖ ନିଜ ନିଜ ୱାର୍ଡର ସମସ୍ୟା ଉଥାପନ କରିଥିଲେ । ପୌର ଅଧକ୍ଷ ବିଭିନ୍ନ ୱାର୍ଡ ସମସ୍ୟା ସମାଧାନ ପାଇଁ ପୌର ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧି ଭାରତ ଭୂଷଣ ଦାସ,ପୌର ସହନିର୍ବାହୀଯନ୍ତ୍ରୀ ଜଳଧର ବେହେରା, ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର, ସହସହକାରୀ ଯନ୍ତ୍ରୀ ସୁଶୀଲ ବେହେରା ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।


Next Post

ବାହୁଡା ଯାତ୍ରାରେ ଜଳଛତ୍ର ଓ ଅନ୍ନପ୍ରସାଦ ବିତରଣ ଉତ୍ସବ

Fri Jul 19 , 2024
କେନ୍ଦ୍ରାପଡ଼ା, ୧୮ା୭: କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ତରଫରୁ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଇଚ୍ଛାପୁରସ୍ଥିତ ବଡଦାଣ୍ଡରେ ଦୁଇଦିନ ଧରି ଜଳଛତ୍ର ଓ ଅନ୍ନପ୍ରସାଦ ବିତରଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଗୋଲଖ ଚନ୍ଦ୍ର ପଢିହାରୀ, ସଭାପତି କରତ କୁମାର ବେଉରା, ସଂଯୋଜକ ଚନ୍ଦନ ପରିଡା ପରିଚାଳନା କରିବା ସହିତ ସଂଘର ସମସ୍ତ […]

KANIKA