ଭିନ୍ନକ୍ଷମଙ୍କୁ ସଠିକ ସମୟରେ ଭତ୍ତା ମିଳୁନଥିବା ଅଭିଯୋଗ


କେନ୍ଦ୍ରାପଡ଼ା, ୨୦ା୭: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମର ତପସ୍ୱିନୀ ସାମନ୍ତରାୟଙ୍କ ଝିଅ ଦିପ୍ତିମୟୀ ସାମନ୍ତରାୟ ଜନ୍ମରୁ ୮ବର୍ଷ ଧରି ଏକ ଅଜଣା ରୋଗରେ ପିଡିତ ହୋଇ ବିଛଣାରେ ପଡିରହିଛନ୍ତି । ଏସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପରେ ତାଙ୍କ ନାମରେ ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର କଥା ହେଉଛି ଯେ ଏହି ଭିନ୍ନକ୍ଷମ ଭତ୍ତା ଉପରେ ନିର୍ଭର କରି ଚଳୁଥିବା ଭିନ୍ନକ୍ଷମ ଦିପ୍ତିମୟୀଙ୍କୁ ପ୍ରତିମାସରେ ସଠିକ ସମୟରେ ଭତ୍ତା ନମିଳିବାରୁ ସେ ଅସହାୟ ହୋଇପଡି ଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।


Next Post

କେନ୍ଦ୍ରାପଡା କଲେଜ ଚୋରି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେଉ

Sat Jul 20 , 2024
କେନ୍ଦ୍ରାପଡା, ୨୦ା୭: ଗତ ଜୁଲାଇ ୧୮ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ ଡ. ଅଭିଜିତ ଜେନାଙ୍କ ସହ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଆଲୋଚନା କରିଥିଲେ । ଦୀର୍ଘ ୨ଘଣ୍ଟା ବ୍ୟାପି ଆଲୋଚନାରେ ସେ କଲେଜ ପରିସରରୁ ଏସି ଚୋରି ଘଟଣା ସମ୍ପର୍କରେ ଅବଗତ ହେବା ସହ ଉଦ୍‌ବେଗ ପ୍ରକାଶ କରିଥିଲେ । ଏକାଧିକ ଚୋରି ଘଟଣାରେ ଦୁଇ […]

KANIKA