କବିତା ପୁସ୍ତକ “ଦାଦନର ପାଦ’ ଉନ୍ମୋଚିତ


କେନ୍ଦ୍ରାପଡା, ୨୦/୭: କବି ତଥା କଥାକାର ମାତୃଦତ୍ତ ମହାନ୍ତିଙ୍କ କବିତା ପୁସ୍ତକ “ଦାଦନର ପାଦ’ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଅରୁଣସ୍ତମ୍ଭ ସମ୍ମୁଖରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କବି ତଥା ଅନୁବାଦିକା ନବଜ୍ୟୋତି ରାୟ, କବି ଅଧ୍ୟାପକ ବୃନ୍ଦାବନ ଦାସ ଓ ପାଠକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହିତ ପୁସ୍ତକରେ ଥିବା କବିତାଗୁଡିକ ସାମ୍ପ୍ରତିକ ସମାଜରେ ଘଟୁଥିବା ଘଟଣାର ଏକ ନିଚ୍ଛକ ପ୍ରତିଛବି ବୋଲି କହିଥିଲେ । କରୋନା କାଳରେ ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦ୍ଦଶାପୂର୍ଣ୍ଣ ଘରବାହୁଡ଼ାକୁ ନେଇ ରଚିତ କବିତା ସମେତ ଅନ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ଘଟଣାବଳୀ ଆଧାରରେ ରଚିତ କବିତାଗୁଡ଼ିକ ଏହି ପୁସ୍ତକରେ ସ୍ଥାନ ପାଇଛି । ମନ୍ତ୍ର ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ୫୫ଗୋଟି କବିତା ରହିଛି । ଅୟୋଜିତ କାର୍ଯ୍ୟକ୍ରମରେ “ମନ୍ତ୍ର ପବ୍ଲିକେଶନ’ର ଆଞ୍ଚଳିକ ପ୍ରତିନିଧି ପଙ୍କଜ ସିହ୍ନା ଧନ୍ୟବାଦ ଦେଇଥିଲେ । ପୂର୍ବରୁ ଲେଖକଙ୍କର ଗୋଟିଏ କବିତା ଓ ୪ଗୋଟି ଗଳ୍ପ ସଙ୍କଳନ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି ।


Next Post

ଶିବାନନ୍ଦ ଆଶ୍ରମରେ ଗୁରୁ ପୂର୍ଣ୍ଣିମା

Sun Jul 21 , 2024
କେନ୍ଦ୍ରାପଡ଼ା, ୨୧ା୭: କେନ୍ଦ୍ରାପଡା ଦିବ୍ୟ ଜୀବନ ସଂଘ ଶାଖା ଆନୁକୂଲ୍ୟରେ ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଗୁରୁପୂର୍ଣ୍ଣିମା ମହୋତ୍ସବ ଓ ଗୁରୁପାଦ ପୂଜା ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ପୌରହିତ୍ୟରେ ଗୁରୁପାଦ ପୂଜା, ଆଧ୍ୟାତ୍ମିକ ସତ୍‌ସଂଗ କାର୍ଯ୍ୟକ୍ରମ ସମେତ ଶିବାନନ୍ଦ ଭଜନ ଗଙ୍ଗା ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା । […]

KANIKA