ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନମେଳା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନମେଳା

କେନ୍ଦ୍ରାପଡ଼ା,୨୭ା୭: କେନ୍ଦ୍ରାପଡା ସହରସ୍ଥ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟିକାର ବିଭାଗର ‘ବିଜ୍ଞାନମେଳା’ ଗତ ଜୁଲାଇ ମାସ ୨୭ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଗିରିଶ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଓ ସହପ୍ରଧାନ ଆଚାର୍ଯ୍ୟ ଓ ପ୍ରାତଃ ପର୍ଯ୍ୟାୟ ପ୍ରମୁଖଙ୍କ ଦ୍ୱାରା ଶିଶୁମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮୫ଜଣ ଶିଶୁ ଭାଗ ନେଇଥିଲେ । ଶିଶୁବାଟିକା ବିଭାଗର ସମସ୍ତ ଗୁରୁଜୀ/ଗୁରୁମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ଶିଶୁବାଟିକା ପ୍ରମୁଖ ଧନ୍ୟବାଦ ଜଣାଇଥିଲେ ।