ମିଶନ ଶକ୍ତିର ସଦସ୍ୟାମାନଙ୍କ ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ପାଇଁ ଦାବୀ



କେନ୍ଦ୍ରାପଡ଼ା,୨୯ା୭: ଆଜି ମିଶନ ଶକ୍ତି ଜୟ ଜଗନ୍ନାଥ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ କେନ୍ଦ୍ରାପଡା ବ୍ଲକ ଶାଖା ପକ୍ଷରୁ ସଂଘର ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ନେତୃତ୍ୱରେ ପ୍ରାୟ ୨୭ଗୋଟି ଗ୍ରାମ ପଞ୍ଚାୟତର ସଭାପତି ଓ ସମ୍ପାଦିକାମାନଙ୍କ ସହିତ ସମସ୍ତ ଇ.ସି ସଦସ୍ୟା ମାଆମାନଙ୍କୁ ନେଇ ଏକ ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା ସାନ୍ତସାହି ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖରୁ ବାହାରି ବ୍ଲକ ଛକ ନିକଟରେ ପହଞ୍ôଚଛି । ସଂଘ ସମ୍ପାଦିକା ସସ୍ମିତା ପ୍ରଧାନଙ୍କ ପରିଚାଳନାରେ ସେଠାରେ ଆୟୋଜିତ ଏକ ସଭାରେ ସଂଘ ପକ୍ଷରୁ ସମସ୍ତ ଇ.ସି ମାଆମାନଙ୍କର ସ୍ଥାୟୀ ନିଯୁକ୍ତି ଓ ଦଶହଜାର ଟଙ୍କା ଦରମା ବୃଦ୍ଧି ସମ୍ବନ୍ଧୀୟ ବିଡିଓ ବନ୍ଦନା ଖଟୁଅଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା । ରଞ୍ଜିତା ବିଶ୍ୱାଳ, ବର୍ଷାରାଣୀ ଓଝା, ସହସମ୍ପାଦିକା ସୁମିତ୍ରା ନାୟକ, କୋଷାଧ୍ୟକ୍ଷ ସୁକାନ୍ତି ରଣା, ରଶ୍ମିତା ବିଶ୍ୱାଳ, ପ୍ରତିମା ମଞ୍ଜରୀ ମଲ୍ଲ, ସଂଯୁକ୍ତା ସେଠୀ, ପ୍ରତ୍ୟୁଷା ସ୍ୱାଇଁ, ସୁଧାଂଶୁବାଳା ପରିଡା, ମିନତୀ ବଳ, ସଂଘମିତ୍ରା ଦାସ, ସୁଯାତା ମଲ୍ଲିକ ପ୍ରମୁଖ କାର୍ଯ୍ୟକାରିଣୀ ସଦସ୍ୟାମାନେ ସେମାନଙ୍କ ସମସ୍ୟା ଓ ଦାବୀଗୁଡିକ ଉପସ୍ଥାପନ କରିବା ସହିତ ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ । ଯଦି ଆଗାମୀ ଦିନରେ ରାଜ୍ୟ ସରକାର ଇ.ସି ମାଆମାନଙ୍କ ଦାବୀଗୁଡିକ ପୂରଣ ନ କରନ୍ତି ତେବେ ଏହି ଅନ୍ଦୋଳନ ଓ ବିକ୍ଷୋଭ ଖାଲି କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ସମସ୍ତ ରାଜ୍ୟରେ ଆହୁରି ତୀବ୍ରତର ହେବ । ଦରକାର ପଡିଲେ ବିଧାନସଭା ଆଗରେ ରାଜରାସ୍ତା ଉପରେ ଲଢେଇ ହେବ । ଉକ୍ତ ସଭାରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ସମାଜସେବୀ ଆଦିକନ୍ଦ ରାଉଳ, ଆଇନଜୀବୀ ବିକାଶ ଚନ୍ଦ୍ର ବେହେରା, ସାମ୍ବାଦିକ ପପୁ ଦାସ ପ୍ରମୁଖ ଯୋଗଦେଇ ସେମାନେ ମହିଳା ମଣ୍ଡଳର ଉନ୍ନତି ପାଇଁଁ ଦୀର୍ଘ ୧୦ବର୍ଷ ଧରି କିଭଳି ଭାବରେ ନିଷ୍ଠାର ସହିତ ଲଢିଛନ୍ତି ସେ ବିଷୟରେ ମତ ଦେଇଥିଲେ । ଏହାସହ ସଭାପତି କିମ୍ବା ସମ୍ପାଦିକାଙ୍କୁ ବାହାର ନକରି ସେମାନଙ୍କୁ ସ୍ଥାୟୀତ୍ୱ କରିବା ସହିତ ମାସିିକ ପାରିଶ୍ରମିକ ୧୦ହଜାର ଟଙ୍କା ଦେବାକୁ ମତ ଦେଇଥିଲେ । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ପବିତ୍ରା ଦାସ, ଅନ୍ନପୂର୍ଣ୍ଣା ଦାସ, ସ୍ନେହଲତା ସାମଲ, ଲତିକା ଦାସ, ରଶ୍ମିତା ମଲ୍ଲିକ, ରଶ୍ମିତା ବେଉରା, ଅନିତା ଜେନା, ଲକ୍ଷ୍ମୀପ୍ରିୟା ମଲ୍ଲିକ, ସୁଶାନ୍ତି ରଣା, ରଞ୍ଜୁଲତା ମଲ୍ଲିକ, ମମତାରାଣୀ ଦାସ, ଅମିତା ସାହୁ, ମନୋରମା ମଲ୍ଲ, ସତ୍ୟଭାମା ବେହେରା, ପୁଷ୍ପଲତା ପରିଡା, ସୁଚିତ୍ରା ରାଉତ, ପ୍ରମିଳା ମହାନ୍ତି ପ୍ରମୁଖ ଶୋଭାଯାତ୍ରା ଓ ସଭା ପରିଚାଳନାରେ ସହଯୋଗ କରିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading