‘କୈାଶଳ’ ରଥ ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୧ା୮: ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେନତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଗଡ଼ିବ ‘କୌଶଳ ରଥ ।’ ଏହି କୌଶଳ ରଥର ବାଧାମୁକ୍ତ ପରିକ୍ରମା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡ଼ା, ଡେରାବିଶ ବିଡିଓ ଦାଶରଥି ଜେନା, ମହାକାଳପଡ଼ା ବିଡିଓ ସାଗର ନନ୍ଦ, ରାଜନଗର ବିଡିଓ ନିଶାନ ମିଶ୍ର, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଦେବବ୍ରତ ଦଲାର, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲିକ, ଅତିରିକ୍ତ ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଡିଏସ୍‌ଏସ୍‌ଓ ରୁପାଲି ପ୍ରିୟଦର୍ଶିନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଓରମାସ୍‌ର ଡେପୁଟି ସିଇଓ ନୀରୋଦ କୁମାର ଜେନା, ସରକାରୀ ପଲିଟେକ୍‌ନିକ୍‌ର ଅଧ୍ୟକ୍ଷ ଗୁଣନିଧି ପ୍ରଧାନ, ସରକାରୀ ଆଇଟିଆଇର ଅଧ୍ୟକ୍ଷ ସଞ୍ଜିବ କୁମାର ରାୟସିଂ ଓ ସମସ୍ତ ବ୍ଲକ୍ ଶିକ୍ଷାଧିକାରୀମାନେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ ଅଗଷ୍ଟ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଏହି କୌଶଳ ରଥ ପରିକ୍ରମା କରିବ । ଅଗଷ୍ଟ ୪ ତାରିଖ ଅପରାହ୍ଣ ୫ଟା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରଥକୁ ପଂଚୁପାଣ୍ଡବଠାରେ ସ୍ୱାଗତ କରାଯିବ । ଅଗଷ୍ଟ ୫ ତାରିଖ ଦିବା ୧୦ ଘଟିକା ସମୟରେ ଛତାସ୍ଥିତ ସରକାରୀ ପଲିଟେକ୍‌ନିକ୍‌ଠାରୁ ଏହି ରଥର ଶୁଭାରମ୍ଭ କରାଯିବ । ସମସ୍ତ ୯ଟି ବ୍ଲକ୍‌ର ବିଭିନ୍ନ ସ୍କୁଲ୍ କଲେଜ୍ ପରିକ୍ରମା କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତାର ବାର୍ତ୍ତା ବାଣ୍ଟିବ ।

[the_ad id=”11060″]


Discover more from

Subscribe now to keep reading and get access to the full archive.

Continue reading