ରାଜଶ୍ରୀର ମନୋଜ୍ଞ ଆକାଶୀୟ ଆଲୋଚନା ଚକ୍ର ଏବଂ ଇପତ୍ରିକା “ରାଜଶ୍ରୀ’ ଉନ୍ମୋଚିତ



କେନ୍ଦ୍ରାପଡା ୧/୮- ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ବୁଧବାର ସଂଧ୍ୟା ଘ ୭.୩୦ ମିନିଟ ସମୟରେ ଆବାସୀ ବୈଠକ ଭର୍ତ୍ତୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମାସିକ ରାଜଶ୍ରୀ “ଇ’ ପତ୍ରିକାର ଜୁଲାଇ ସଂଖ୍ୟା ରଥଯାତ୍ରା ବିଶେଷାଙ୍କ “ରାଜଶ୍ରୀ’ କୁ ଶ୍ରୀ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ତଥା ପ୍ରବକ୍ତା ପ୍ରଫେସର ଡ ହରିହର କାନୁନଗୋ ଉନ୍ମୋଚନ କରିଥିଲେ । ଇ ପତ୍ରିକାର ମୁଖ୍ୟ ସମ୍ପାଦକ ବରିଷ୍ଠ କବି ସଞ୍ଜୟ କୁମାର ରଥଙ୍କ ବଳିଷ୍ଠ ସମ୍ପାଦନା ଏବଂ ସଂଯୋଜିକା କବି ସୁପ୍ରିୟା ସାହୁଙ୍କ ଅଳଙ୍କରଣରେ ପତ୍ରିକାଟି ଲୋକାର୍ପିତ ହୋଇଥିଲା । ବରିଷ୍ଠ କବି ତଥା ଭାଷ୍ୟକାର ଅନାଦି ଚରଣ ମାହାଳି ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସୁନାମଧନ୍ୟ ପ୍ରାବନ୍ଧିକ ବାବାଜୀ ଚରଣ ଦାସ, କବି ଅର୍ଜୁନୀ ଚରଣ ବେହେରା, ବରିଷ୍ଠ କବି ବିପିନ ବିହାରୀ ବାରିକ, କବି ଶିଶିର କୁମାର ଜେନା, ନାଟ୍ୟକାର ଡ. ରମାକାନ୍ତ ନାୟକ, କବି ଡ ପ୍ରଦୀପ୍ତ କୁମାର ପଣ୍ଡା, କବି ପୂର୍ଣ୍ଣଚନ୍ଦ୍ର ମେହେର, କବି ଶ୍ରୀଧର ଭୋଳ ଏବଂ କବି ଡ ନିର୍ମଳ କୁମାର ନାୟକ ପ୍ରମୂଖ “ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାରରେ ରାଜଶ୍ରୀର ମହତ୍ତ୍ୱପୂର୍ଣ୍ଣ ଭୂମିକା’ ଓ ଇପତ୍ରିକାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚଳନରେ ପରିଚାଳିତ ସଭାରେ କବି ରତିନାରାୟଣ ରାଉତ ବେଦପାଠ, କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଶ୍ରୀ ବରାଳ ସ୍ୱାଗତ ଭାଷଣ ଏବଂ ଯୁଗ୍ମ ସମ୍ପାଦିକା କବି ସୁପ୍ରିୟା ସାହୁ ଜଗନ୍ନାଥ ଜଣାଣ ପରିବେଷଣ କରିଥିବା ବେଳେ କବି ମନ୍ଦାକିନୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଇତ୍ୟବସରରେ ଚଳିତ ମାସ ପାଇଁ ସର୍ବାଧିକ ମତ ଅଭିମତ ରଖି ବିଭିନ୍ନ ସୃଷ୍ଟି ସମ୍ଭାରକୁ ସମୀକ୍ଷା କରିଥିବା ସାତଜଣ କବିଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସାରସ୍ୱତ ଉତ୍ସବରେ କବି ରାଖଲ କୁମାର ସ୍ୱାଇଁ, କବି ପ୍ରଜ୍ଞାଲୀନ ସାହୁ, କବି ମୋନାଲିସା ସିଂହ, କବି ନିରୂପମା ପାଣି, କବି ବନଲକ୍ଷ୍ମୀ ମହାନ୍ତି, କବି ବ୍ରଜସୁନ୍ଦର ସାହୁ, କବି ଶୋଭାମୟୀ ପତ୍ରୀ, କବି ସନ୍ନିଭା ମିଶ୍ର ଦାଶ, କବି ରଶ୍ମିତା ନାୟକ, କବି ବୀଣାପାଣି ଚୌଧୁରୀ, କବି ଦୀପ୍ତି ଦେବଦର୍ଶିନୀ ସୂତାର, ବାଣୀପୁତ୍ର କୁଳମଣି ବାରିକ, କବି ସୁଭଦ୍ରା ମହାପାତ୍ର, କବି ପୁଷ୍ପାଞ୍ଜଳି ପଣ୍ଡା, ଦାସ କମଳକୁମାର ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

[the_ad id=”11060”]


Discover more from

Subscribe now to keep reading and get access to the full archive.

Continue reading