
କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବାରହାପୁର ଗ୍ରାମର କଳ୍ପତରୁ ଖଣ୍ଡୁଆଳଙ୍କ ପୋଖରୀରେ କୁମ୍ଭୀର ପଶିଥିବା ଖବର ପାଇ ବନବିଭାଗର ଏକ ଦଳ ଜାଲ ସାହାଯ୍ୟରେ କୁମ୍ଭୀରଟିକୁ ଖୋଜାଯାଇଥିଲା । କୁମ୍ଭୀରଟି ପୋଖରୀ ନିକଟରେ ଥିବା ନାଳରୁ ଧରା ପଡିଥିଲା । ଚାରିଫୁଟ ନଅ ଇଂଚର ମାଈ କୁମ୍ଭୀର । ଏହାକୁ ବାଉଁଶଗଡ ନଦୀରେ ନେଇ ରାଜନଗର ରେଞ୍ଜର କର୍ମଚାରୀମାନେ ଛାଡି ଦେଇଥିବା ଜଣାପଡିଛି । ଏହି କୁମ୍ଭୀରଟି ହଂସୁଆ ନଦୀରୁ ଚାଲି ଆସିଥିବା ଅନୁମାନ କରାଯାଉଛ











