
କେନ୍ଦ୍ରାପଡ଼ା, ୫/୮: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଲୟର ଚତୁର୍ଥ ଶ୍ରେଣୀର ଜଣେ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ବିରୋଧରେ ପୁରାତନ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଏହି ଦବଙ୍ଗଗିରୀ କର୍ମଚାରୀକୁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଦଳି ନିମନ୍ତେ ଦାବି କରିଛନ୍ତି । ଏହି ଦାବି ପୁରଣ ନହେଲେ ପୁରାତନ ଛାତ୍ରଛାତ୍ରୀମାନେ ସ୍କୁଲ ସାମନାରେ ଅହୋରାତ୍ର ଧାରଣା ଦେବେ ବୋଲି ସୁଚାଇଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ ଏହି ବିଦ୍ୟାଳୟରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ପାଠପଢି ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଥିବାର “ମୋ ସ୍କୁଲ” କମିଟିରୁ ସ୍ପଷ୍ଟ ଅନୁମେୟ । “ମୋ ସ୍କୁଲ” ଜରିଆରେ ଏହି ବିଦ୍ୟାଳୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ଚତୁର୍ଥ ଶ୍ରେଣୀ ଜଣେ କର୍ମଚାରୀ ଯେବେଠାରୁ ଏହି ବିଦ୍ୟାଳୟରେ ଯୋଗଦେଇଛି ସେହିଦିନ ଠାରୁ ବିଦ୍ୟାଳୟରେ ଅଶାନ୍ତି ଓ ବିଦ୍ୟାଳୟ ପରିଚାଳନା ଗତ ତୃଟି ଲାଗି ରହୁଥିଲେ ସୁଦ୍ଧା ତାହା କାହାର ଦୁଷ୍ଟିଗୋଚର ହେଉନଥିଲା । କିନ୍ତୁ ୨୦୨୩ ମସିହା ଡିସେମ୍ବର ୨୮ ତାରିଖରେ ସୁନ୍ଦରଗଡ ଜିଲ୍ଲାର ଜଣେ ନିରିହ ଆଦିବାସୀ ନିରଞ୍ଜନ ଅଟି ପ୍ରଧାନ ଶିକ୍ଷକ ଭାବରେ ଏହି ବିଦ୍ୟାଳୟରେ ଯୋଗଦେଇଥିଲେ । ଶ୍ରୀ ଅଟି ଯୋଗଦେବାରେ ପ୍ରଶାସନିକ ତତ୍ତ୍ୱାବଧାନ ବଳରେ ଉକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀର କୁଚକ୍ରାନ୍ତ ତଥା ବିଦ୍ୟାଳୟରେ ବିଶୃଙ୍ଖଳା ଜନିତ କାର୍ଯ୍ୟକଳାପ ଓ ବିଦ୍ୟାଳୟ ପରିଚାଳନାଗତ ତୃଟି ଧିରେ ଧିରେ ପଦାକୁ ବାହାରିଥିଲା ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟିଗୋଚର ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ଅଟି ଉକ୍ତ କର୍ମଚାରୀକୁ ତାଗିଦ୍ କରିବାରୁ ତାଙ୍କ ବିରୋଧରେ ସେ ଭିଜିଲାନ୍ସ ଭୟ ଦେଖାଉଛନ୍ତି । ମୋ ହାତରେ ବଡବଡ ସବୁ ଅଫିସର ଅଛନ୍ତି ବୋଲି କହି ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଭୟଭୀତ କରି ରଖୁଛନ୍ତି । ଯେ ମୋ ବିଦୁଦ୍ଧରେ ପାଟି ଖୋଲିବ ସାଙ୍ଗେ ସାଙ୍ଗେ ବିଦ୍ୟାଳୟରୁ ବିଦା ହେବ ବୋଲି ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଧମକ ଦେଉଛନ୍ତି । ବର୍ତ୍ତମାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଭୟଭୀତ ଯେ ସାମୂହିକ ଭାବରେ ପଚାରିଲେ କେହି ଜଣେ ହେଲେ ମଧ୍ୟ ପାଟି ଖୋଲୁନାହାନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ପୁରାତନ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେ ସବୁବେଳେ ଉଚ୍ଚସ୍ୱରରେ ବିଦ୍ୟାଲୟ ପରିସର ଭିତରେ ଫୋନରେ ଗପସପ କରୁଥିବାରୁ ଅଫିସ କାମରେ ବାଧା ସୃଷ୍ଟି ହେଉଛି ଏବଂ ଛାତ୍ରଛାତ୍ରୀମାନଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଶିକ୍ଷାଦାନ ଏକ ମାନସିକ କାର୍ଯ୍ୟ ହେଉଥିବାରୁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସର୍ବଦା ଚାପରେ ରହୁଛନ୍ତି । ବିଦ୍ୟାଳୟରେ ସରକାରୀ ଉନ୍ନତିମୂଳକ କାର୍ଯ୍ୟରେ ହସ୍ତକ୍ଷେପ ଯୋଗୁଁ ଉକ୍ତ କାର୍ଯ୍ୟଗୁଡିକ ସୂଚାରୁ ରୁପେ କାର୍ଯ୍ୟକାରୀ ହୋଇପାରୁନାହିଁ । ଯେଉଁମାନେ ବିଦ୍ୟାଳୟରେ କାମ କରୁଛନ୍ତି ସେମାନଙ୍କୁ ଧମକ ଦେଇ କାମ ବନ୍ଦ କରାଉଛନ୍ତି । ହ୍ୱାଟସ୍ଆପ ଗ୍ରୁପରେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ବିରୁଦ୍ଧରେ ଲେଖି ଛାଡୁଛନ୍ତି । କ୍ରୋଧାନ୍ୱିତ ହୋଇ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କୁ ଅଭଦ୍ର ବ୍ୟବହାର କରୁଛନ୍ତି । ଏହାସହିତ ଜାତିଗତ ଶବ୍ଦ ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କୁ ଅପମାନିତ କରି ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରୁଛି । ବିଦ୍ୟାଳୟର ହିତଦୃଷ୍ଟିରୁ ଯେଉଁ ତଥ୍ୟଗୁଡିକ ଗୁପ୍ତ ରହିବା କଥା ସେଗୁଡିକ ବିନା ଅନୁମତିରେ ପ୍ରକଟ କରି ବିଦ୍ୟାଳୟର ମାନ ମର୍ଯ୍ୟାଦା ହାନି କରୁଛି । ବିଦ୍ୟାଳୟକୁ ଆସୁଥିବା ସରକାରୀ ଅନୁଦାନ ତା ଇଚ୍ଛା ଅନୁସାରେ ହେବ ବୋଲି ଧମକ ଦେଇ ଲାଞ୍ଚ ଦାବି କରୁଛି ଏବଂ ଆକ୍ରୋଶମୂଳକ ଭାବରେ ଆର.ଟି.ଆଇ ମାଧ୍ୟମରେ ତଥ୍ୟ ଅନ୍ୟବ୍ୟକ୍ତି ଦ୍ୱାରା ମଗାଯାଉଛି । ବିନା କାରଣରେ କିଛି ଶିକ୍ଷକ ଓ ପୁରାତନ ଛାତ୍ରମାନଙ୍କୁ ଥାନାରେ ମଧ୍ୟ ପୁରାଇଛନ୍ତି । ବିଶେଷ ସୁତ୍ରରୁ କିଛି ଉପଯୁକ୍ତ ପ୍ରମାଣ ତାଙ୍କ ବିରୁଦ୍ଧରେ ପାଇବାପରେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏହି ବିଦ୍ୟାଳୟରୁ ୨୪ ଘଣ୍ଟା ମଧ୍ୟରେ ଅନ୍ୟତ୍ର ସୁଦୂର ବଦଳି ସହ ତା ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରାତନ ଛାତ୍ରଛାତ୍ରୀ ସଂଘ ଦାବି କରିଛି । ପ୍ରଶାସନ ଏଥିରେ ଦୃଷ୍ଟି ନଦେଲେ ପୁରାତନ ଛାତ୍ରଛାତ୍ରୀ ସଂଘ ବିଦ୍ୟାଲୟ ସମ୍ମୁଖରେ ଅହୋରାତ୍ର ଧାରଣ ଦେବାକୁ ନିଷ୍ପତ୍ତି ନେଇଛି । ଏହାର ଏକକିକା ଲେଖାଏଁ ନକଲ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓଡିଶା ସରକାର, ଜିଲ୍ଲା ଶିକ୍ଷା ମଣ୍ଡଳାଧୀଶ, ମୁଖ୍ୟ ଶାସନ ସଚିବ, ମାଧ୍ୟମିକ ଶିକ୍ଷା ପରିଷଦ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା, ଭୁବନେଶ୍ୱରଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି । ଏସ୍କେ ରଇସଉଦ୍ଦିନ, ନାଜିମ ଖାନ୍, ସେକ ମୋଜାହିଦ ଅଲ୍ଲୀ, ସେକ ଇତଖାର ଅହମ୍ମଦ, ଅବଦୁଲ ହାକିମ ଖାନ, ଭୋଲା ଖାନ, ଏସ୍କେ କୁଦୁସ, ମାସୁମ ଖାନ, ମୋଇନୁଦ୍ଦିନ ଖାନ, ସିରାଜଦ୍ଦିନ ଖାନ, ଏମ୍ଡି. ଜମିଲ ଅଖତର, ମିର ମୁରସିର, ସ୍ମୁତିରେଖା ଦାସ, ଏସକେ ଅବଦୁଲ ସଲାମ, ସେକ ସାଜିବ, ଏସକେ ମୁଜାଫର ଅକମଲ, ସେକ ସିକନ୍ଦର, ସେକ ଅଜଗର, ଏସକ ଚାନ୍ଦ, ପ୍ରଫୁଲମୟ ଦାସ, ସୈମେନ୍ଦ୍ର ପୃଷ୍ଟି, ଅଛ୍ୟୁତ ପ୍ରସାଦ ଜେନା, ପ୍ରୀତିପୁଜା ପଲେଇ, ଅମୀୟ ବିଶ୍ୱାଳ, ଏସକେ ସନୱର, ସନୁଆରି ବେଗମ, କୃଷ୍ଣଚନ୍ଦ୍ର ଦଳାଇ, ଏସକେ ମୋକିମ, ଏସକେ ଅବଦୁଲ ମାଟିନ, ସେକ ସାକିର ହୁସେନ, ସେକ ସୁଲତାନ ପ୍ରମୁଖ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏହି ଦାବ ଜଣାଇିଛନ୍ତି ।










