ସଂସ୍କୃତ ଦିବସ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା , ୫/୭: କେନ୍ଦ୍ରାପଡ଼ା ଜିଲ୍ଲା ତରାଣ୍ଡୋ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, କେନ୍ଦ୍ରାପଡ଼ା ଶାଖାର ସଂସ୍କୃତ ଦିବସ ପ୍ରସ୍ତୁତି ବୈଠକ ସଂଘର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦକ ପଣ୍ଡିତ ଭଗବାନ ସାହୁ ବିବରଣୀ ପାଠ କରିବା ସହିତ ବୈଠକର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏବର୍ଷ ସଂସ୍କୃତ ଦିବସ କେନ୍ଦ୍ରାପଡ଼ା ଉପକଣ୍ଠରେ କରାଯିବ ବୋଲି ସ୍ଥିର କରାଯାଇଗଲା । ଅତିଥିମାନଙ୍କ ସହିତ ଯୋଗାଯୋଗ ପରେ ନିର୍ଦ୍ଧିଷ୍ଟ ସ୍ଥାନ ଓ ତାରିଖ ପରବର୍ତ୍ତୀ ବୈଠକରେ ପ୍ରକାଶ କରାଯିବ ବୋଲି ସମ୍ପାଦକ ସଭାକୁ ଜଣାଇ ଥିଲେ । ପଣ୍ଡିତ ପ୍ୟାରୀ ମୋହନ ସ୍ୱାଇଁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରତ୍ୟେକ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳନ କରାଯିବ ଏବଂ ବିଦ୍ୟାଳୟରେ ପିଲାମାନଙ୍କୁ ସଂସ୍କୃତ ଦିବସର ତାତ୍ପର୍ଯ୍ୟ ବୁଝାଇବାକୁ ପ୍ରତ୍ୟେକ ସଂସ୍କୃତ ଶିକ୍ଷକଙ୍କୁ ଅନୁରୋଧ କରିଥିଲେ । ଗୀତାପାଠ ପ୍ରତିଯୋଗିତା ମଣ୍ଡଳସ୍ତରୀୟ ହୋଇ ପ୍ରତ୍ୟେକ ମଣ୍ଡଳରୁ ଦୁଇଜଣ ବିଜେତା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଜିଲ୍ଲାସ୍ତରୀୟ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ଯଥାକ୍ରମେ ୫୦୦,୩୦୦,୨୦୦ଅର୍ଥରାଶିର ବ୍ୟବସ୍ଥା ଥିବାର ସଭାପତି ଜଣାଇଥିଲେ । ଏହି ବୈଠକରେ ପଣ୍ଡିତ ସୁରେଶ ପାଣି, ହାଡିବନ୍ଧୁ ଭୂୟାଁ, ଶିବ ନାରାୟଣ ରଥ, ଗୋଲକ ବିହାରୀ ନାୟକ, ରଞ୍ଜନ କୁମାର ଜେନା, ନର୍ମଦା ବେହେରା, ସତ୍ୟବ୍ରତ ନନ୍ଦ, ଅଳକାମଞ୍ଜରୀ ମହାନ୍ତି, ପର୍ଶୁରାମ ତ୍ରିପାଠୀ, ରେଣୁବାଳା ସାମଲ ପ୍ରଭୃତି ଶିକ୍ଷକ/ଶିକ୍ଷିକା ଯୋଗ ଦେଇଥିଲେ । ପଣ୍ଡିତ ସରୋଜ କୁମାର ଦାଶ ବେଦ ପାଠ ଓ ପଣ୍ଡିତ ମାନସ ମୁଦ୍ରା ଧନ୍ୟବାଦ ଦେଇଥିଲେ ।


Next Post

କେନ୍ଦ୍ରାପଡା କଲେଜର ଦର୍ଶନଶାସ୍ତ୍ର ବିଭାଗ ଛାତ୍ରୀ ପିଜି ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ୧୦ମ ସ୍ଥାନରେ

Tue Aug 6 , 2024
କେନ୍ଦ୍ରାପଡ଼ା, ୫ା୮: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗରୁ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଶୁଭଶ୍ରୀ ଶସ୍ମିତା ସ୍ୱାଇଁ ସ୍ନାତ୍ତୋକୋତ୍ତର(ପିଜି) ଶ୍ରେଣୀରେ ଅଧ୍ୟୟନ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଥିଲେ । ସୁଶ୍ରୀ ସ୍ୱାଇଁ ପିଜି ପ୍ରବେଶିକା ପରୀକ୍ଷାରେ ସାରା ରାଜ୍ୟରେ ଦଶମ ସ୍ଥାନ ଅଧିକାର କରିଛନ୍ତି । ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଥିବା ସୁଶ୍ରୀ ସ୍ୱାଇଁ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ସ୍ଥିତ କୈଳାସ […]

KANIKA