ଗାନ୍ଧୀ ପଦଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା, ୫ା୮: ଗାନ୍ଧୀ ପଦଯାତ୍ରା କମିଟି,କେନ୍ଦ୍ରାପଡା ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଉପଲକ୍ଷେ ଆସନ୍ତା ନଅ ତାରିଖ ଦିନ ସ୍ଥାନୀୟ ତିନିମୁହାଣୀ ସ୍ଥିତ ଗାନ୍ଧୀ ପଦଯାତ୍ରା ସ୍ମାରକୀ ଠାରେ ସକାଳ ନଅ ଘଟିକରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଅପରାହ୍ନ ତିନିଟାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଙ୍ଗ ରୁମରେ ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ଦୁଇଟି ମହାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଫଳ କରିବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଛି । ପ୍ରକାଶ ଥାଉକି ଗାନ୍ଧୀ ପଦଯାତ୍ରା କମିଟି ସଭାପତି ବିଶିଷ୍ଟ ଗାନ୍ଧୀ ବାଦୀ ଭଜକୃଷ୍ଣ ରାଉତ ଓ ସମ୍ପଦକ ସମାଜସେବୀ ଗଦାଧର ମାଲିକଙ୍କ ଦେହାନ୍ତ ପରେ ଦୁଇଟି ମୁଖ୍ୟ ପଦବୀ ଖାଲି ପଡି ଥିବାରୁ ଏହି ବୈଠକରେ ନୂତନ ସଭାପତି ଭାବେ ଅଧ୍ୟାପକ ଅଜୟ ସାମଲ ଓ ସମ୍ପାଦକ ଭାବେ ସମାଜ ସେବୀ ଯୁବ ନେତା ରାଜେଶ ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଆଜିର ବୈଠକରେ ପୂର୍ବତନ ନଗରପାଳ ଧୀରେନ ସାହୁ, ଗୟାଧର ଧଳ, ରମଣୀ ରଞ୍ଜନ ରାଉତରାୟ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆବାହକ ଆଦିକନ୍ଦ ରାଉଳ, ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ମୁକ୍ତାର ଖାଁ, ଦେବେନ୍ଦ୍ର ଦାସ, ଆଡଭୋକେଟ ଅକ୍ଷୟ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

 

 


Discover more from

Subscribe now to keep reading and get access to the full archive.

Continue reading