ଖବରଦାତାଙ୍କ ମାତୃ ବିୟୋଗ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର କଳିଙ୍ଗ ଟିଭି ଖବରଦାତା ପ୍ରଦୋଷ ବିଶ୍ୱାଳଙ୍କ ମାତା ପୁଷ୍ପଲତା ନାୟକଙ୍କ କେନ୍ଦ୍ରାପଡ଼ା ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା । ଜଣେ ଶିକ୍ଷୟତ୍ରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ଫୁଷ୍ପାଦିଦି ବିଭିନ୍ନ ସ୍କୁଲରେ ଦକ୍ଷତାର ସହ କାର୍ଯ୍ୟ କରି ବହୁ ଆଦର୍ଶ ଛାତ୍ରୀଛାତ୍ର ତିଆରି କରିଥିଲେ । ସରକାରୀ ଚାକିରୀରୁ ଅବସର ପରେ ନେବା ପରେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏସୟୁଜେ ଖବରଦାତା ସଂଗଠନ କର୍ମକର୍ତାମାନେ ତାଙ୍କ ବାସଭବନରେ ପହଂଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।


Discover more from

Subscribe now to keep reading and get access to the full archive.

Continue reading