ସମାଜସେବୀ କଢି ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା


କେନ୍ଦ୍ରାପଡ଼ା, ୬ା୮: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଚଁପୁରହାଟ ନିକଟସ୍ଥ ବନ୍ଧସାହି ଠାରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ମନୋଜ କୁମାର ସ୍ୱାଇଁଙ୍କ ମା’ସ୍ୱର୍ଗତା କଢି ସ୍ୱାଇଁଙ୍କର ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ବିଜେଡି ନେତା ରବି ସାମଲ, କଂଗ୍ରେସ ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥସ୍ୱ୍‌ରୂପ ଦାଶ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଭାଇ ଶାନ୍ତନୁ ନାୟକ, ପୂର୍ବତନ ପ୍ରଶାସକ ବିକାଶ ମହାପାତ୍ର, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତିନିଧି,ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ସାହୁ, ଅବସରପ୍ରାପ୍ତ ଇଞ୍ଜିନିଅର ମଦନ ମୋହନ ସାମଲ, ବଂଶୀଧର ସାମଲ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନବାଳା ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରଥ, ଡେରାବିଶ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ପ୍ରତିନିଧି ପ୍ରଦୀପ ପ୍ରଧାନ, ମୀର ମୁର୍ଶିଦ୍ଦ, ବରିଷ୍ଠ ପୋଲିସ ଅଧିକାରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ଥାନୀୟ ପଞ୍ଚାୟତ ଗୁଡିକର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତା ସ୍ୱାଇଁଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତା ସ୍ୱାଇଁଙ୍କ ପୁତ୍ର ହର ପ୍ରସାଦ ସ୍ୱାଇଁ, ପ୍ରତାପ କୁମାର ସ୍ୱାଇଁ, ଅଶୋକ କୁମାର ସ୍ୱାଇଁ, ଶୁଶାନ୍ତ କୁମାର ସ୍ୱାଇଁ, ମନୋଜ କୁମାର ସ୍ୱାଇଁ, ସୈାଭାଗ୍ୟ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

 

 


Discover more from

Subscribe now to keep reading and get access to the full archive.

Continue reading