ବହୁ ପ୍ରତୀକ୍ଷିତ ପାଳପାଟଣା ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଅଂଚଳବାସୀଙ୍କ ସୁପାରିଶ



କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଆଳି ଓ ରାଜନଗର ବ୍ଲକ ଅଂଚଳର ଲୋକମାନଙ୍କୁ ଉତମ ଗମନାଗମନ ସୁବିଧା ଯୋଗାଇବା ଦେବା ପାଇଁ ୨୦୧୩ ମସିହାରେ ମହାସାହାଣୀ-ପାଳପାଟଣା ସେତୁର ଶିଳାନ୍ୟାଶ କରାଯାଇଥିଲା । ମାତ୍ର କେନ୍ଦ୍ର ସରକାରଙ୍କ ସାଗରମାଳା ଜାତୀୟ ଜଳପଥ ଯୋଜନାରେ ସେତୁକୁ ଉଚ୍ଚ କରିବା ପାଇଁ ପୂର୍ବ ପ୍ରସ୍ତୁତ ଟେଣ୍ଡର ଓ ଡିଜାଇନକୁ ବାତିଲ କରାଯାଇଥିଲା । କିନ୍ତୁ ୨୦୧୭ ମସିହାରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନୟନ ବିଭାଗ ସାନି ଟେଣ୍ଡର ଆହ୍ୱାନ କରି ନିର୍ମାଣକାରୀ ସଂସ୍ଥା ସହିତ ୨୦୨୨ ମସିହାରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ହେଲେ ନିର୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିଲ । ଫଳରେ  ସେତୁ ନିର୍ମାଣ ପୁଣି ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି । ଗତ ସୋମବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ଶିବିରରେ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ବ୍ଲକର ୧୪ଟି ପଂଚାୟତ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣଙ୍କ ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି  । 

ପଟ୍ଟାମୁଣ୍ଡାଇ ବ୍ଲକ ପାଳପଟଣା ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣକୁ ତତ୍କାଳୀନ ବିଜେଡି ସରକାର ପ୍ରାୟ ୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୩ ମସିହାରେ ଅନୁମୋଦନ କରି ତତ୍କାଳୀନ ମନ୍ତ୍ରୀ ତଥା ବର୍ତମାନର ଆଳି ବିଧାୟକ ପ୍ରତାପ ଦେବ ମହାସାହାଣୀ-ପାଳପାଟଣା ସେତୁର ଶୁଭ ଦେଇଥିଲେ । ଏଥି ପାଇଁ ସରକାରୀ ଭାବେ ଟେଣ୍ଡର କରାଯାଇଥିଲା । ମାତ୍ର କେନ୍ଦ୍ର ସରକାରଙ୍କ ସାଗରମାଳା ଜାତୀୟ  ଜଳପଥ ଯୋଜନାରେ ବ୍ରାହ୍ମଣୀ ଓ ବୈତରଣୀ ନଦୀ ସଂଯୋଗୀକରଣ ପ୍ରକ୍ରିୟାରେ ନଦୀ ମଧ୍ୟରେ ଜାହାଜ ଚଳାଚଳ ପାଇଁ ସେତୁକୁ ଉଚ୍ଚ କରିବା ପାଇଁ ପୂର୍ବ ପ୍ରସ୍ତୁତ ଟେଣ୍ଡର ଓ ଡିଜାଇନକୁ ବାତିଲ କରାଯାଇଥିଲା । ପରେ ୨୦୧୭ ମସିହାରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନୟନ ବିଭାଗ ୩୬ କୋଟି ୮ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ପାଇଁ ସାନି ଟେଣ୍ଡର ଆହ୍ୱାନ କରିଥିଲେ । ନିର୍ମାଣକାରୀ ସଂସ୍ଥା ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଟେଣ୍ଡର ପାଇ ସେତୁ ନିର୍ମାଣ ପାଇଁ ୨୦୨୨ ମସିହାରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । କିନ୍ତୁ ନିର୍ଧାରିତ ସମୟରେ ଉକ୍ତ ସଂସ୍ଥା ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଅଂଚଳବାସୀଙ୍କ ଉଦବେଗକୁ ଉପଲବଧି କରି ରାଜନଗର ବିଧାୟକ ଧ୍ରୁବ ସାହୁ ୨୦୨୩ ମସିହା ନଭେମ୍ବର ମାସରେ ଅନୁଷ୍ଠିତ ବିଧାନସଭା ଅଧିବେଶନ ଏହି ସେତୁ ନିର୍ମାଣ ଆରମ୍ଭ କରାଯାଉନଥିବାରୁ ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁନଥିବା ସଂସ୍ଥାର ଟେଣ୍ଡର ବାତିଲ କରି ତୁରନ୍ତ ସାନି ଟେଣ୍ଡର କରିବାକୁ ଦାବୀ କରିଥିଲେ । ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ଘଟଣାର ଗୁରୁତ୍ୱ ଉପଲବଧି କରି ତୁରନ୍ତ ଟେଣ୍ଡର ବାତିଲ କରି ସାନି ଟେଣ୍ଡର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ବାତିଲ କରାଯାଇ ସାନି ଟେଣ୍ଡର ପାଇଁ ପ୍ରକ୍ରିୟା ଚୂଡାନ୍ତ କରିବା ବେଳକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଫଳରେ ପାଳପାଟଣା ସେତୁ ନିର୍ମାଣ ପୁଣି ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିଲା ।

ପ୍ରସ୍ତାବିତ ବ୍ରାହ୍ମଣୀ ନଦୀରେ ପାଳପଟଣା ସେତୁ ନିର୍ମିତ ହେଲେ ପଟ୍ଟାମୁଣ୍ଡାଇ ଆଳି ରାଜନଗର ଅଂଚଳର ଦୂରତା ହ୍ରାସ ପାଇବା ସହିତ ୩ଲକ୍ଷରୁ ଉର୍ଦ୍ଧ ଲୋକ ଉପକୃତ ହୋଇପାରିବେ । ଏଥି ସହିତ ଚାନ୍ଦବାଲି,ଯାଜପୁର, କଟକ ଓ ଚଣ୍ଡିଖୋଲ ସହିତ ସଂଯୋଗ ହେବା ସହିତ ବିଶ୍ୱ ପ୍ରସିଦ୍ଧ ଭିତରକନିକା ସହିତ ମଧ୍ୟ ସଂଯୋଗ ହୋଇ ପର୍ଯ୍ୟଟନ ବିକାଶ ପାଇଁ ପଥ ପରିଷ୍କାର କରିବ । ସ୍ୱାଧୀନତା ପୂର୍ବରୁ ପ୍ରତି ଦିନ ସ୍ଥାନୀୟ ଅଂଚଳର ହଜାର ହଜାର ଲୋକ, ଯୁବକ, ଛାତ୍ର,ମହିଳା ଡ଼ଙ୍ଗା ସାହାଯ୍ୟରେ ଅତ୍ୟନ୍ତ ବିପଦ ଜନକ ଅବସ୍ଥାରେ ପାଳପଟଣା ଠାରେ ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି । ଏଥି ପାଇଁ ସାଧାରଣ ଲୋକମାନେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି । ଅନିଶ୍ଚିତତା ମଧ୍ୟକୁ ଯାଇଥିବା ପାଳପଟଣା ସେତୁ ନିର୍ମାଣ ପାଇଁ ସମ୍ପ୍ରତି ଅଂଚଳବାସୀ ଅଣ୍ଟା ଭିଡି ଛନ୍ତି । ଏଥି ପାଇଁ ସାଧାରଣ ଲୋକମାନେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି ।

ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ବ୍ଲକର ୧୪ଟି ପଂଚାୟତ ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର,ଶାସନର, ଡାମରପୁର, ବଳଭଦ୍ରପୁର, ସଂସାରଫଳ, ଚନ୍ଦନନଗର, ଖଣତା, ଓଉପଦା ସରପଂଚଙ୍କ ସମେତ ଆଳି ବ୍ଲକର ସହିରା ସରପଂଚ ହେମନ୍ତ ମହାନ୍ତି, ଚଣ୍ଡିଆ ଗଡି ସରପଂଚ ସନାତନ ସାହୁ ଓ ନରେନ୍ଦ୍ରପୁର,ସିଙ୍ଗିରି ସରପଂଚ ଏବଂ ରାଜନଗର ବ୍ଲକର ବନ୍ଧପଡା ସରପଂଚ ପୁଷ୍ପଲତା ପାତ୍ର ସମେତ ଶ୍ରୀରାମପୁର ପଂଚାୟତର ବିଶିଷ୍ଟ ଶିକ୍ଷାବିତ ହରିହର ପତି, ଗଣେଶ ପ୍ରସାଦ ମହାନ୍ତି, ସମାଜସେବୀ କୃଷ୍ଣ ଦାଶ, ସୁବାଷ ରାଉତ, କଳ୍ପତରୁ ଭୂୟାଁ, ମହେଶ ପଣ୍ଡା, ନିରଞ୍ଜନ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁ, ପ୍ରକାଶ କୁଣ୍ଡଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜନଗର ବିଧାୟକ ଧ୍ରୁବ ସାହୁ, ଆଳି ବିଧାୟକ ପୂର୍ବତନମନ୍ତୀ ପ୍ରତାପ କେଶରୀ ଦେବଙ୍କୁ ଭେଟି ସେତୁ ନିର୍ମାଣ ସମ୍ପର୍କରେ ଆଲୋଚନା କରିବା ସହିତ ଆଳି ଭୂଇଁପୁର ଠାରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ସେତୁ ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ । ଗତ ସୋମବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ଶିବିରରେ ସ୍ମାରକପତ୍ର ପ୍ରଦାନ କରାଯାଇଛି  ।


Next Post

ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସାଙ୍ଗଠନିକ ସମୀକ୍ଷା ବୈଠକ , ଜନସ୍ୱାର୍ଥର ଜାଗ୍ରତ ପ୍ରହରୀ ହେବାକୁ ଆହ୍ୱାନ

Thu Aug 8 , 2024
ଚଳିତ ସାଧାରଣ ନିର୍ବାଚନ ପରେ ବୁଧବାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସାଙ୍ଗଠନିକ ସମୀକ୍ଷା ବୈଠକ ଦଳର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ ରାଜନଗର ଆସନ ସମେତ ଜିଲ୍ଲାର ୪ଟି ବିଧାନସଭା ଆସନ ଦଖଲ କରି ବିଜେଡି ତାର ସମ୍ମାନ ଓ ପ୍ରତିଷ୍ଠା […]

KANIKA