କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟାଳୟ ଭୁବନେଶ୍ୱରକୁ ବଦଳି ହୋଇଛି। ଏସମ୍ପର୍କରେ ଗତ ଜୁଲାଇମାସ ୨୪ତାରିଖରେ ବିଭାଗୀୟ ନିର୍ଦେଶନାମା ପ୍ରକାଶ ପାଇଥିଲା। କେନ୍ଦ୍ରାପଡା ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ ତୁଲାଇଥିଲେ ।  ତାଙ୍କ କାର୍ଯ୍ୟ ଅବଧି ଭିତରେ ସେ ନିଜର ସଚ୍ଚୋଟତା ଓ କର୍ତ୍ତବ୍ୟନିଷ୍ଠପରାୟଣତା ପାଇଁ […]

କେନ୍ଦ୍ରାପଡ଼ା, ୮ା୮: ପୁରୀରୁ ଚୋରି ଯାଇଥିବା ‘ଗୋପିନାଥ’ ନାମକ ଏକ ବସକୁ କେନ୍ଦ୍ରାପଡା ସଦର ଥାନା ପୋଲିସ ଆଜି ଅପରାହ୍ନରେ ଜବତ କରିଛି। ପୁରୀରୁ ଚୋରି ହୋଇଥିବା ଏହି ବସଟିକୁ ପ୍ରଥମେ ପାରାଦୀପ ନିଆଯାଇଥିବା ବେଳେ ସେଠାରୁ ୫୩ନମ୍ବର ଜାତୀୟ ରାଜପଥ ଦେଇ କେନ୍ଦ୍ରାପଡା ଆଡକୁ ବସଟି ଆସୁଥିବା ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଣାଇଥିଲେ। ଖବର ପାଇବା […]

କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଆଇ.ଏ.ଏସ. ସ୍ମୃତିରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ପ୍ରଧାନ ଏବେ ଗଜପତିର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶକୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଜିଲ୍ଲାପାଳ ଶ୍ରୀ ବିକାଶ କେନ୍ଦ୍ରାପଡାରେ ଗତ ଜାନୁଆରୀ ମାସ ୩୦ତାରିଖରେ ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ।

କେନ୍ଦ୍ରାପଡ଼ା, ୮ା୮: ସି ପି ଆଇ(ଏମ୍‌)ର ପୂର୍ବତନ ପଲିଟିବ୍ୟୁର ସଭ୍ୟ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସାଥି ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କର ୮୦ବର୍ଷ ବୟସରେ କୋଲକତାସ୍ଥିତ ବାସଭବନରେ ଆଜି ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ସିପିଆଇ(ଏମ୍‌) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ସଭାପତିତ୍ୱରେ ଏକ ଶୋକସଭା ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସାଥି ଭଟାଚାର୍ଯ୍ୟ ୨୦୦୦ମସିହାରୁ ୨୦୧୧ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର […]

କେନ୍ଦ୍ରାପଡ଼ା,୮ା୮:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବିଶିଷ୍ଟ ମୂର୍ତ୍ତିସାଜ କାରିଗର କ୍ଷେତ୍ରବାସୀ ସାହୁ(୮୯)ଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ସାହୁ ବହୁଦିନ ହେବ ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ । ସେ କେନ୍ଦ୍ରାପଡା ସହର ଓ ଆଖ ଅଞ୍ଚଳରେ ସାଜ କାରିଗର ଭାବେ ସୁନାମ ଅର୍ଜନ କରିଥିଲେ । ଯେଉଁଠି ଲକ୍ଷ୍ମୀ ପୂଜା, କାଳୀ ପୂଜା, ଦୂର୍ଗାପୂଜା ହେଉ ବା ଯେ କୌଣସି ମେଢରେ ସାଜ କାମ ହେଲେ ତାଙ୍କୁ […]

କେନ୍ଦ୍ରାପଡା, ୮ା୮: ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ସୁପ୍ରିମ୍‌କୋର୍ଟଙ୍କ ବହୁଜନ ବର୍ଗୀକରଣ ରାୟ ପ୍ରତିବାଦରେ ଦେଶବ୍ୟାପୀ ଭାରତ ବନ୍ଦକୁ ସମର୍ଥନ ଜଣାଇ ମୂଳନିବାସୀ ୟୁନାଇଟେଡ୍ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତବର୍ଷରେ ପୂର୍ବେ ମଣିଷ ଜାତିକୁ ହୀନ କଳଙ୍କିତ ଜାତି ବ୍ୟବସ୍ଥାରେ ସାମାଜିକ କ୍ଷେତ୍ରରେ ବାସନ୍ଦ କରାଯାଇ ପଶୁତୁଲ୍ୟ ବ୍ୟବହାର କରାଯାଉଥିଲା । ମୂଳନିବାସୀ ସମାଜକୁ […]

କେନ୍ଦ୍ରାପଡା, ୮/୮: କେନ୍ଦ୍ରାପଡା ସହରର କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲ୍‌ଚରର ପ୍ରତିଷ୍ଠାତା ଆର୍ନ୍ତଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ଗତ ଅଗଷ୍ଟ ୭ ତାରିଖରେ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ଭେଟି ତାଙ୍କ କାନ୍‌ଭାସ୍‌ରେ ଅଙ୍କିତ ତୈଳଚିତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଓଡିଶା ଓ କେନ୍ଦ୍ରାପଡାର ୫ଟି ସମସ୍ୟା […]

ପଟ୍ଟାମୁଣ୍ଡାଇ ସିପିଆଇଏମଏଲ ପକ୍ଷରୁ ପାର୍ଟି ଅଫିସ ଠାରେ କମ୍ରେଡ ଚାରୁ ମଜୁମଦାରଙ୍କ ୫୪ତମ ସହିଦ ଦିବସ ପାଳିତ ହୋଇଯାଇଛି । ସି ପି ଆଇ ଏମ ଏଲ ନେତା କମ୍ରେଡ ସଂଜୀବ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ କମ୍ରେଡ ବସନ୍ତ ମଲିକ, ହିମାଦ୍ରୀ ଦାସ, ପ୍ରକାଶ ମଲିକ, ମହେନ୍ଦ୍ର ପରିଡା,ବିଶ୍ୱଜିତ ରାଉତ, ଉଲ୍ଲାସ ଦାସ, ଭାବଗ୍ରାହୀ ବେହେରା ଓ ଚକ୍ରଧର ଦାସ ଭାଷଣ ଦେଇ କମ୍ରେଡ ଚାରୁ ମଜୁମଦାର ସାଧାରଣ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଷଣଅଂଟା ହାଇସ୍କୁଲ ଠାରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧିନରେ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ପ୍ରତିଭା ଉନ୍ମେଷ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ରାଜ୍ୟ ସ୍ତରୀୟ ଶିକ୍ଷକନେତା ସିଆରସିସି ମଳୟ ଜେନା ପୌରହିତ୍ୟ କରିଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟ ଅତିଥି, ବିଆରସିସି ଚନ୍ଦ୍ରଶେଖର ତ୍ରିପାଠୀ, ଏବିଇଓ ସୁନିତ୍ ଦାଶ ସମ୍ମାନିତ ଅତିଥି,ପୁର୍ବତନ […]

କେନ୍ଦ୍ରାପଡା,୭ା୮: ରାଜ୍ୟରେ ଥିବା ଏକ ହଜାର ସ୍ୱାସ୍ଥ୍ୟମିତ୍ର ଏବେ ଚାକିରୀ ହରାଇବା ଆଶଙ୍କାରେ ରହିଛନ୍ତି। ଏ ନେଇ ଓଡିଶା ସ୍ୱାସ୍ଥ୍ୟମିତ୍ର ସଂଘ ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ନିବେଦନ କରାଯାଇଛି। ସଂଘ ପକ୍ଷରୁ ନିବେଦନ କରାଯାଇଛି ଯେ ୨୦୧୯ ମସିହାରେ ସମଗ୍ର ରାଜ୍ୟରେ ୩୦ଟି ଜିଲ୍ଲାର ୭୦୦ରୁ ଅଧିକ ପଞ୍ଜୀକୃତ ବେସରାକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବା ପାଇଁ ସେମାନେ […]

କେନ୍ଦ୍ରାପଡ଼ା, ୭ା୮: ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଓ ଉପରିସ୍ତ ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଲୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ନିଳମ୍ବନ କରିଛନ୍ତି । ଶ୍ରୀ କୁଣ୍ଡୁଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସେହି ଅଭିଯୋଗର ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ କେନ୍ଦ୍ରାପଡା ତହସିଲଦାର, କେନ୍ଦ୍ରାପଡା ବିଡିଓ ଏବଂ ଟାଉନଥାନା ଅଧିକାରୀଙ୍କୁ ଏହାର […]

କେନ୍ଦ୍ରାପଡ଼ା, ୭ା୮: କେନ୍ଦ୍ରାପଡା ବ୍ଲକରେ କାର୍ଯ୍ୟରତ ଅତିରିକ୍ତ ମତ୍ସ୍ୟଅଧିକାରୀ ମୋନାଲିସା ପଣ୍ଡାଙ୍କୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନସିକ ନିର୍ଯ୍ୟାତନା ଦେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ କୈାଣସି କାରଣ ନଥାଇ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ନୋଟିସର ନକଲ ଜିଲ୍ଲା ମତ୍ସ୍ୟ ବିଭାଗର ନିର୍ଦେଶକଙ୍କୁ ପଠାଇ ଦେଇଛନ୍ତି। ଯାହାଫଳରେ ତାଙ୍କ ଚାକିରୀରେ ଆଞ୍ଚ ଆସିଥିବା ଓ […]

କେନ୍ଦ୍ରାପଡ଼ା, ୭ା୮: ୫୩ନମ୍ବର ଜାତୀୟ ରାଜପଥର ଚାରିଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପରେ ଛଗରିଆ ନିକଟରେ ଚାଷଜମିରୁ ଉଦବୃତ୍ତ ଜଳ ନିଷ୍କାସନ ପାଇଁ ଥିବା ପଥକୁ ବନ୍ଦ କରି ଦିଆଯାଇଥିବାରୁ ବର୍ଷା ଦିନେ ପ୍ରାୟ ୨ଶହ ହେକ୍ଟର ଚାଷଜମି ପାଣିରେ ବୁଡି ରହୁଥିବାରୁ ସେହି ଜମିର ଫସଲ ନଷ୍ଟ ହୋଇଯାଉଛି। ଫଳରେ ସେହି ଅଞ୍ଚଳର ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏସମ୍ପର୍କରେ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ […]

ଭୁବନେଶ୍ୱର,୮।୮-ରାଜଧାନୀ ଭୁବନେଶ୍ୱରରେ ବୁଧବାର ବିଳମ୍ବିତ ରାତିରେ ଡବଲ ମର୍ଡର ହୋଇଛି। ଭୁବନେଶ୍ୱରସ୍ଥିତ ହାଇଟେକ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ହତ୍ୟାକାଣ୍ଡ ଘଟିଛି। ଗାଡି ପାର୍କିଂକୁ ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ ଏୟାରଫିଲଡ ଥାନା ପୋଲିସ ତଦନ୍ତ ଚଳାଇଛି।

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଦମଦାଣ୍ଡି ଭୀମସେନ ନୋଡାଲ ୟୁପି ସ୍କୁଲ୍ ପୂର୍ବତନ ପ୍ରଧାନଶିକ୍ଷକ, ଡେରାବିଶ ବ୍ଲକ ପୂର୍ବତନ ଏବିଇଓ କବି ନରହରି ସୂତାରଙ୍କ ହୃଦଘାତରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଗତ ବର୍ଷେ ତଳେ ସେ ଡେରାବିଶ ବ୍ଲକ ଏବିଇଓ ଭାବେ ଅବସର ନେଇଥିଲେ । ବୁଧବାର ଭୋର ୫ ଟା ସମୟରେ ତାଙ୍କ ନିଜ ଗ୍ରାମ ଆଳି ବ୍ଲକ ଧାନମଣ୍ଡଳ ଶ୍ୟାମସୁନ୍ଦରପୁରସ୍ଥିତ […]

ଚଳିତ ସାଧାରଣ ନିର୍ବାଚନ ପରେ ବୁଧବାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସାଙ୍ଗଠନିକ ସମୀକ୍ଷା ବୈଠକ ଦଳର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ ରାଜନଗର ଆସନ ସମେତ ଜିଲ୍ଲାର ୪ଟି ବିଧାନସଭା ଆସନ ଦଖଲ କରି ବିଜେଡି ତାର ସମ୍ମାନ ଓ ପ୍ରତିଷ୍ଠା […]

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଆଳି ଓ ରାଜନଗର ବ୍ଲକ ଅଂଚଳର ଲୋକମାନଙ୍କୁ ଉତମ ଗମନାଗମନ ସୁବିଧା ଯୋଗାଇବା ଦେବା ପାଇଁ ୨୦୧୩ ମସିହାରେ ମହାସାହାଣୀ-ପାଳପାଟଣା ସେତୁର ଶିଳାନ୍ୟାଶ କରାଯାଇଥିଲା । ମାତ୍ର କେନ୍ଦ୍ର ସରକାରଙ୍କ ସାଗରମାଳା ଜାତୀୟ ଜଳପଥ ଯୋଜନାରେ ସେତୁକୁ ଉଚ୍ଚ କରିବା ପାଇଁ ପୂର୍ବ ପ୍ରସ୍ତୁତ ଟେଣ୍ଡର ଓ ଡିଜାଇନକୁ ବାତିଲ କରାଯାଇଥିଲା । କିନ୍ତୁ ୨୦୧୭ ମସିହାରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନୟନ ବିଭାଗ ସାନି ଟେଣ୍ଡର […]