ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ଉପରିସ୍ତ ଅଧିକାରୀଙ୍କୁ ଅସମ୍ମାନ ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଳମ୍ବିତ



କେନ୍ଦ୍ରାପଡ଼ା, ୭ା୮: ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଓ ଉପରିସ୍ତ ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଲୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ନିଳମ୍ବନ କରିଛନ୍ତି । ଶ୍ରୀ କୁଣ୍ଡୁଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସେହି ଅଭିଯୋଗର ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ କେନ୍ଦ୍ରାପଡା ତହସିଲଦାର, କେନ୍ଦ୍ରାପଡା ବିଡିଓ ଏବଂ ଟାଉନଥାନା ଅଧିକାରୀଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ସେହି ତଦନ୍ତ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ତଦନ୍ତ ରିପୋର୍ଟକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଇ ଆଇନଗତ କାର୍ଯୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ସେହି ନିର୍ଦେଶ ଅନୁଯାୟି ଜିଲ୍ଲା ଶିକ୍ଷା ଅଧିକାରୀ ଆଜି ପତ୍ର ସଂଖ୍ୟା- ୮୪୭୬/ଏମ ତା ୭.୦୮.୨୦୨୪ରିଖରେ ତାଙ୍କୁ ନିଳମ୍ବନ କରିଛନ୍ତି ।

ସୂଚାନଯୋଗ୍ୟ ଯେ ଗତ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଶ୍ରୀ କୁଣ୍ଡୁଙ୍କ ମନମୁଖି କାର୍ଯ୍ୟକଳାପ ବିରୋଧରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ସଂପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଣଙ୍କ କାର୍ଯ୍ୟକଳାପ ଏପରି ଥିଲା ଯେ ସେ କୁଚକ୍ରାନ୍ତ କରି ବିଦ୍ୟାଳୟରେ ବିଶୃଙ୍ଖଳା ଜନିତ କାର୍ଯ୍ୟକଳାପ, ବିଦ୍ୟାଳୟକୁ ଆସୁଥିବା ସରକାରୀ ଅନୁଦାନକୁ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟକାରୀ କରିବା ସହ ଲାଞ୍ଚ ଦାବି କରିବା, କର୍ମଚାରୀମାନଙ୍କୁ ଭିଜିଲାନ୍ସର ଧମକ ଦେବା ପ୍ରଭୃତିି । ବିନା କାରଣରେ କେତେକ ଶିକ୍ଷକ ଓ ପୁରାତନ ଛାତ୍ରମାନଙ୍କୁ ସେ ଥାନାରେ ପୁରାଇଥିବା ମଧ୍ୟ ଅଭିଯୋଗ ହୋଇଛି ।


Next Post

ଚାକିରୀ ହରାଇବା ଆଶଙ୍କାରେ ଏକ ହଜାର ସ୍ୱାସ୍ଥ୍ୟମିତ୍ର

Thu Aug 8 , 2024
କେନ୍ଦ୍ରାପଡା,୭ା୮: ରାଜ୍ୟରେ ଥିବା ଏକ ହଜାର ସ୍ୱାସ୍ଥ୍ୟମିତ୍ର ଏବେ ଚାକିରୀ ହରାଇବା ଆଶଙ୍କାରେ ରହିଛନ୍ତି। ଏ ନେଇ ଓଡିଶା ସ୍ୱାସ୍ଥ୍ୟମିତ୍ର ସଂଘ ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ନିବେଦନ କରାଯାଇଛି। ସଂଘ ପକ୍ଷରୁ ନିବେଦନ କରାଯାଇଛି ଯେ ୨୦୧୯ ମସିହାରେ ସମଗ୍ର ରାଜ୍ୟରେ ୩୦ଟି ଜିଲ୍ଲାର ୭୦୦ରୁ ଅଧିକ ପଞ୍ଜୀକୃତ ବେସରାକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବା ପାଇଁ ସେମାନେ […]

KANIKA