
କେନ୍ଦ୍ରାପଡ଼ା,୮ା୮:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବିଶିଷ୍ଟ ମୂର୍ତ୍ତିସାଜ କାରିଗର କ୍ଷେତ୍ରବାସୀ ସାହୁ(୮୯)ଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ସାହୁ ବହୁଦିନ ହେବ ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ । ସେ କେନ୍ଦ୍ରାପଡା ସହର ଓ ଆଖ ଅଞ୍ଚଳରେ ସାଜ କାରିଗର ଭାବେ ସୁନାମ ଅର୍ଜନ କରିଥିଲେ । ଯେଉଁଠି ଲକ୍ଷ୍ମୀ ପୂଜା, କାଳୀ ପୂଜା, ଦୂର୍ଗାପୂଜା ହେଉ ବା ଯେ କୌଣସି ମେଢରେ ସାଜ କାମ ହେଲେ ତାଙ୍କୁ ଡକାଯାଏ । ଏଥି ସହିତ ଶ୍ରୀ ସାହୁ ଓ ତାଙ୍କ ପୂର୍ବପୁରୁଷମାନେ ଶାଢି ବୁଣିବାରେ ଖ୍ୟାତି ଅର୍ଜନ କରିଥିଲେ । ଏପରିକି ତାଙ୍କ ହାତ ତିଆରି ଶାଢି ବାଉଁଶ ନଳୀରେ ବିଦେଶକୁ ରପ୍ତାନୀ କାରାଯାଉଥିଲା । ଗତକାଲି ବୁଧବାର ରାତିରେ ତାଙ୍କ ବାସଭବନରେ ହୃତଘାତରେ ଦେହାନ୍ତ ହେବାପରେ କଜଳା ଶଶ୍ମାନରେ ଶେଷକୃତ୍ୟ କରାଯାଇଥିଲା । ବଡପୁଅ ଗୋବିନ୍ଦ ଚନ୍ଦ୍ର ସାହୁ ମୁଖାଗ୍ନୀ ଦେଇଥିଲେ । ଶେଷକୃତ୍ୟ ବେଳେ ପୁଅ ହୃଦାନନ୍ଦ ସାହୁ, ରତ୍ନାକର ସାହୁ, ନାରାୟଣ ସାହୁ, ନାତି, ନାତୁଣୀଙ୍କ ସମେତ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସମାଜସେବୀ ଦେବାଶିଷ କୁବେର ଏହି ସମସ୍ତ କାର୍ଯ୍ୟକୁ ସମାପନ କରିଥିଲେ । ତାଙ୍କ ଦେହାନ୍ତରେ ବିଧାୟକ ଗଣେଶ୍ୱର ବେହେରା, ଗିତାଞ୍ଜଳୀ ସେଠୀ, ଗୁଲନଗର ଗ୍ରାମର ସରପଞ୍ଚ ସନ୍ଧ୍ୟାରଣୀ ସାହୁ, ରବିନ୍ଦ୍ର ରଥ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି ।











