ଯୁବାବସ୍ଥାରେ କିଡନୀ ରୋଗରେ ଶଯ୍ୟାଶାୟୀ ପୁଅ ଅର୍ଥ ଅଭାବ ଯୋଗୁଁ ହୋଇପାରୁନି ଚିକିତ୍ସା, ସହାୟତା ପାଇଁ ପରିବାରର ଆକୁଳ ନିବେଦନ



ଆଖିରେ ଝର ଝର ହୋଇ ଲୁହ ଝରୁଛି । ଥମିବାର ନା ନେଉନି । ଘରର ଭେଣ୍ଡିଆ ପୁଅ ଯେବେ ବାପା ମାଆଙ୍କୁ ପୋଷିବା ବୟସରେ କୌଣସି ରୋଗରେ ଆକ୍ରାନ୍ତ ହୋଇପଡେ ସେ ଅବା କଣ କରିବେ । ଘରର ପୁଅଟି ଏବେ ତା ବାପା ମାଆଙ୍କ ପାଇଁ ବୋଝ ପାଲଟି ଯାଇଛି । ପୁଅକୁ ଏଭଳି ଅବସ୍ଥାରେ ଦେଖି କାହାକୁ କିଛି ନ କହି ନିଜ ପୁଅକୁ ଚାହିଁ ବାହୁନି ବାହୁନି କାନ୍ଦୁଛନ୍ତି। ଆଉ ଏହି ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ନରସଂହପୁର ପଂଚାୟତ ଅଢାଖଣ୍ଡ ମଠସାହି ଗ୍ରାମରେ।


ସମାଜିକକର୍ମୀ ଗିରିଜା ଶଙ୍କର ସାମଲ, ଅମୁଲ୍ୟ ପରିଡା, ବାବିନ ପରିଡା, ସଂଜୟ ପଣ୍ଡା କୁହିବା ମୁତାବକ ମଠସାହୀ ଗ୍ରାମର ନିରଞନ ସାହୁ ମେଡିସିନ ଦୋକାନରେ କାମ କରି ହସ ଖୁସିରେ ନିଜର ପରିବାର ଚଳାଉଥିଲେ । ପୁଅ କୃତିବାସ ଆଇଟିଆଇ ପାସ୍ କରିବା ପରେ ଏକ ଘରୋଇ ସଂସ୍ଥାରେ କାମ କରିବା ସହ ପରିବାରର ଦାୟିତ୍ୱ ତୁଲାଉଥିଲେ । ଗତ କିଛି ମାସ ତଳେ ହଠାତ୍ କୃତିବାସଙ୍କୁ ଆଣ୍ଠୁଗଣ୍ଠି ଦରଜ ହେବା ସହ ଗୋଡ ଫୁଲିଲା । ବାପା କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ମାତ୍ର ରୋଗର ବିଶେଷ କିଛି ପରିବର୍ତନ ନହୋଇ ଓଜନ ହ୍ରାସ ହେବାରେ ଲାଗିଲା । ପରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରିକ୍ଷା କରିବା ପରେ ଦୁଇଟିଯାକ କିଡନୀ ଖରାପ ହୋଇଯାଇଥିବା ଜଣାପଡ଼ିଲା । ପରିବାର ଲୋକ ଏହି ଖବର ଜାଣିବା ପରେ ପାଦ ତଳୁ ମାଟି ଖସିଯାଇଥିଲା । କାରଣ କୃତିବାସ ସମ୍ପୂର୍ଣ୍ଣ ସୁସ୍ଥ ଥବା ବେଳେ କୌଣସି ଲକ୍ଷଣ ମଧ୍ୟ ଜଣାପଡ଼ୁନଥିଲା । କିଡନୀ ରୋଗ ଜଣାପଡ଼ିବା ପରେ ଏବେ ଚିକିତ୍ସା କରାଯାଇଛି । ସପ୍ତାହକୁ ୨ ଥର ଡାଏଲିସିସ କରିବାକୁ ପଡ଼ୁଛି । ଶରୀରରେ ଯନ୍ତ୍ରଣା ଯୋଗୁଁ ରାତି ରାତି ଶୋଇପାରୁନାହାନ୍ତି । ପୁଅର ଏଭଳି ପରିସ୍ଥିତି ଦେଖି ବାପା, ମା’ ଓ ପରିବାରଙ୍କ ଆଖିରୁ ଲୁହ ଶୁଖୁନାହିଁ । ବାପା ମା ପୁଅକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାରତ ଅଛନ୍ତି । ମାତ୍ର ଡାକ୍ତର କିଡନୀ ପ୍ରତ୍ୟାରୋପଣ ପାଇଁ କହିଛନ୍ତି । କିନ୍ତୁ ଦିନଦୁଖି ପରିବାର ଚଳାଉଥିବା ବାପାଙ୍କ ପାଇଁ କିଡନୀ କିଣି ପ୍ରତ୍ୟାରୋପଣ କରିବାର ସମ୍ବଳ ନାହିଁ । ଆଉ ନିଜ ପୁଅର ଏପରି ଦୁଃଖ ଦେଖି ଜନ୍ମଦାତ୍ରୀ ମାଆ କିଡନୀ ଦେବା ପାଇଁ ଆଗେଇ ଆସିଥିଲେ ମଧ୍ୟ ଟଙ୍କା ପାଇଁ କୃତିବାସଙ୍କ କିଡନୀ ପ୍ରତ୍ୟାରୋପଣ କରାଯାଇ ପାରୁ ନାହିଁ । ସେଥିପାଇଁ ବାପା ଓ ଜନ୍ମଦାତ୍ରୀ ମାଆ କୋହଭରା କଣ୍ଠରେ ପୁଅଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି । କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ମିଳିଲେ କୃତିବାସଙ୍କ ଚିକିତ୍ସା ହେବ ଓ ତାଙ୍କ ସଂସାର ପୁଣି ହସିବ ବୋଲି ଆଶା ରଖିଛନ୍ତି ।


Next Post

ଜିଲ୍ଲାପାଳଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

Fri Aug 9 , 2024
କେନ୍ଦ୍ରାପଡ଼ା, ୯ା୮: ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ କଲେକ୍ଟୋରେଟ ଷ୍ଟଫ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଷ୍ଟାଫ କମିଟିର ସଦସ୍ୟମାନେ ଯୋଗଦେଇ ଜିଲ୍ଲାପାଳଙ୍କ ସ୍ୱଳ୍ପ କାର୍ଯ୍ୟକାଳ ସମୟର ମଧୁର ସ୍ମୃତିଚାରଣ କରିବା ସହ ବିକାଶ ମୂଳକ କାର୍ଯ୍ୟର […]

You May Like